Breaking News

ଦୋଳବେଦୀ ରେ ଭକ୍ତଙ୍କ ସହ ଫଗୁ ଖେଳିଲେ ଦେବାଦେବୀ

The goddess played fugu with the devotees at Dolabadi.



ସାକ୍ଷୀଗୋପାଳ ----- ସାକ୍ଷୀଗୋପାିନାଥ ଦେବଙ୍କ ନୀତି ନିୟମ ଅନୁସାରେ ଠାକୁର ଫଗୁ ଦଶମୀ ଠାରୁ ବାହାରି ୫ଦିନ ଚାଚେରୀ ଭୋଗ ଖାଇଥାନ୍ତି । ଶେଷ ଦିନ ବା ଦୋଳପୂର୍ଣ୍ଣମୀ ଦିନ ଠାକୁର ଭୋଗ ଖାଇ ଆସିବା ପରେ ଦୋଳବେଦୀ ନିକଟରେ ଖୁଣ୍ଟି ଲାଗି ହୋଇଥିଲେ । ସେଠାରେ ପୂଜାପଣ୍ଡା ଠାକୁରଙ୍କ ନୀତିକାନ୍ତି କରିବା ପରେ ମନ୍ଦିର ପୁରୋହିତ, ମନ୍ଦିର ପଣ୍ଡିତ ହୋମଯଜ୍ଞ କରିଥିଲେ । ପରେ ପରେ ଅହିଅର ( ମେଣ୍ଢା ପୋଡି ) ପର୍ବ ଅନୁଷ୍ଠିତ ହୋଇଥିଲା । ତା ପରେ ଠାକୁର ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ଦୈନଦିନ ନୀତିକାନ୍ତି ସରିବା ପରେ ସେବାୟତ ମାନେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଦୋଳବୋଦୀକୁ ବିଜେ କରାଇଥିଲେ । ଭକ୍ତ ମାନଙ୍କୁ ମଦନମୋହନ ଦୋଳରେ ରାଜବେଶ ସହିତ ଦୋଳବେଦୀରେ ଦୋଳିରେ ଝୁଲି ଦୋଳଗୋବିନ୍ଦ ଭାବରେ ଦର୍ଶନ ଦେଇଥିଲେ । ଭକ୍ତ ମାନେ ଠାକୁରଙ୍କୁ ଫୁଲ, ଫଗୁ, ଚଣା, ଖଇ, କୋରା ଓ ସାକର ଭୋଗ କରିଥିଲେ । ସଂଧ୍ୟାରେ ଠାକୁରଙ୍କ ଆଗରେ ନୂତନ ବର୍ଷର ପାଞ୍ଜି ପାଠ କରାଯାଇ ଠାକୁରଙ୍କ ଆଗରେ ଶୁଣାଯିବା ପରେ ବିଳମ୍ବିତ ରାତିରେ ଠାକୁର ମନ୍ଦିରକୁ ଯାଇଥିଲେ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ପୁରପଲ୍ଲୀରେ ଦୋଳଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୨---୪,୨୦ Sakhigopal News, 20/3/2022

Blog Archive

Popular Posts