Breaking News

ଲେପ୍ରା ସୋସାଇଟି ପକ୍ଷରୁ ଫାଲେରିଆ ରୋଗୀ ଓ ତାଙ୍କ ପିଲାମାନଙ୍କୁ କିଟ ବଣ୍ଟନ

 Distribution of kits to patients with falaria and their children by the Lepra Society


ସାକ୍ଷୀଗୋପାଳ ----ଲେପ୍ରା ସୋସାଇଟି ପୁରୀଙ୍କ ପକ୍ଷରୁ ବୀରନରସିଂହପୁର ପଞ୍ଚାୟତ ପରିସରରେ ଫାଲେରିଆ ରୋଗୀ ଓ ତାଙ୍କ ପିଲା ମାନଙ୍କୁ ଶିକ୍ଷା କିଟ ବଣ୍ଟନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ୬ ଜଣ ପୁଅଝିଅଙ୍କୁ ଶିକ୍ଷା କିଟ ପ୍ରଦାନକରାଯାଇଛି । ସେଥିରେ ସ୍କୁଲ ବ୍ୟାଗ, ଖାତା ୨ଟି,  ଜ୍ୟାମିତିବକ୍ସ ଓ ପେନ ରହିଛି । ସେହିପରି ୨୩ ଜଣଙ୍କୁ ସେଲଫ କେୟାର କିଟ ପ୍ରଦାନ କରାଯାଇଛି । ସେଥିରେ ସାବୁନ, ନହିଆତେଲ, ଡେଟଲ. ମେଡିସିନ  ଓ ଗୋଡ ପୋଛିବା ପାଇଁ ତଉଳିଆ ରହିଛି । ସେହିପରି ପି,ପି, ଇ କିଟ ୧୨ ଜଣଙ୍କୁ ପ୍ରଦାନ କରାଯାଇଛି । ସେଥିରେ ସାନିଟାଇଜର, ହ୍ୟାଣ୍ଡୱାସ, ଡେଟଲ ସାବୁଲ୨ଟି  ଓ ଏନ-୯୫ର ମାସ୍କ ୪ଟା ରହିଛି । ଏହା ବ୍ୟତିତ୍ୟ ଫାଲେରିଆ ରୋଗୀ ମାନଙ୍କର ଗୋଡ ମାପ କରାଯାଇ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚପଲ ଯୋଗାଇଦିଆଯିବ ବୋଲି ବ୍ଳକ ସ୍ୱାସ୍ଥ୍ୟା ସଂଯୋଜିକା ସସ୍ମିତା ବରାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ଆଶାକର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୩/୨୦୨୨---୬,୪୫   Sakhigopal News , 22/3/2022

Blog Archive

Popular Posts