ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ବାର୍ଷିକ ଉତ୍ସବ
Bharat Vikas Parishad Satyavadi branch annually celebrates.
ସାକ୍ଷୀଗୋପାଳ----- ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ସହିତ ଷଷ୍ଠତମ ବାର୍ଷିକ ଉତ୍ସବ ପଟ୍ଟନାୟିକିଆ ସ୍ଥିତ ସାଇମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥି ପରିଚୟ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରାନ୍ତିୟ ସଂସ୍କାର ସଚିବ ତଥା ଶିକ୍ଷକ ସତ୍ୟବାଦୀ ଦାଶ । ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦକ ନବଘନ ଶତପଥୀ । ଅତିଥି ଭାବେ ପ୍ରାନ୍ତିୟ ଉପସଭାପତି ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ସୁପ୍ରିତୀ ରଥ ଓ ନରସିଂହ ମିଶ୍ର ଯୋଗ ଦେଇଥିଲେ । ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସଭାପତି ନବଘନ ଶତପଥୀ ସମ୍ପାଦକ, ମୃତୁଞ୍ଜୟ ମହାପାତ୍ର ଅର୍ଥ ସଚ୍ଚିବ ଓ ବସନ୍ତ କୁମାର ସ୍ୱାଇଁ ସଂଗଠନର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଶାଖାର ସଂସ୍କାର ସଚ୍ଚିବ ବିଜୟ କୁମାର ପରିଡା ଧନ୍ୟବାଦ ଦେଇଥିଲେ । । ନୂତନ ଭାବେ ଶାଖାର ସଦସ୍ୟତା ଗ୍ରହଣ କରିଥିଲେ ରଶ୍ମିରଞ୍ଜନ ମହାପାତ୍ର, ସବିତା ରଥ, ଭିମସେନ ମହାପାତ୍ର , ସନ୍ତୋଷ କୁମାର ଦାଶ, ଦୁର୍ଗାପ୍ରସାଦ ରଥ । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଦିନରେ କରାଯାଇଥିବା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରଷ୍ୃତ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୩/୨୦୨୨---୫,୨୫ Sakhigopal News, 28/3/2022