ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ; ୨ ଗିରଫ
Clashes between two families; 2 arrested.
ଭଞ୍ଜନଗର--ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବନ୍ତା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣା ଘଟିଛି । ଉଭୟ ପକ୍ଷରୁ ତାରସିଂ ଥାନାରେ ଅଭିଯୋଗ ହୋଇଛି । ୨ଟି ଏତଲାକୁ ଭିତ୍ତିକରି ତାରସିଂ ପୁଲିସ ୯୨.୯୩/୨୨ରେ ୨ଟି ମାମଲା ରୁଜୁ କରି ଉଭୟ ପକ୍ଷରୁ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଗିରଫ ମାନେ ହେଲେ ପ୍ରକାଶ ପ୍ରଧାନ ଓ ଗଙ୍ଗା ପ୍ରଧାନ । ଖବର ନେବାରେ ବନ୍ତା ଗ୍ରାମର ପ୍ରକାଶଙ୍କ ଘର ଆଗରେ ଗଙ୍ଗା ଧାନ ଅମଳ କରୁଥିବା ବେଳେ ସେହି ଧାନର ପାଳଗୁଣ୍ଡ ପ୍ରକାଶର ଘରେ ପଶିବାଦ୍ବାରା ଗଙ୍ଗାକୁ ଏଠାରେ ଧାନ ଅମଳ ନ କରିବା ପାଇଁ ବାରଣ କରିଥିଲେ ପ୍ରକାଶ । ଏହି କଥାକୁ ନେଇ ଦୁଇଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ମାରପିଟ ହେଇଥିଲେ । ଏହି ଘଟଣାକୁ ନେଇ ପ୍ରକାଶ ଓ ଗଙ୍ଗା ଦୁଇଜଣ ଦୁଇ ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିବା ସହ ଓ ସ୍ବୀ ନାମରେ ତାରସିଂ ଥାନାରେ ଅଭିଯୋ ଅଭିଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୩/୨୦୨୨----୯,୦୫
Sakhigopal News,27/3/2022