ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଆଜି ଦାୟତ୍ୱ ନେବା ସହ କାର୍ଯ୍ୟାଳୟ କଲେ
The Sarpanch of Pentapada Panchayat took office today and took office.
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ପେଣ୍ଠପଡା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଚିନ୍ମୟ ରାଉତ ଆଜି ଶୁଭ ସମୟ ଦେଖି ସରପଞ୍ଚ ଦାୟତ୍ୱ ଗ୍ରହଣ କରିବା ସହ କାର୍ଯ୍ୟାଳୟରେ ଅଫିସ କରିଛନ୍ତି । ପ୍ରଥମେ ସାକ୍ଷୀଗୋପିନାଥ ମନ୍ଦିର ଦର୍ଶନ କରିବା ପରେ ପଞ୍ଚାୟତର ସମିତିସଭ୍ୟ ସୁମନ୍ତ ଘଟୁଆରୀ, ନାଏବ ସରପଞ୍ଚଙ୍କ ସହିତ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ଓ ସମର୍ଥକ ମାନଙ୍କୁ ଧରି ଏକ ମଟର ସାଇକେଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଏହି ସମୟରେ ଯୁବକ ମାନେ ବାଣ ଫୁଟାଇଥିବାର ଦେଖାଯାଇଥିଲା । ସେଠାରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ ଓଗ୍ରାମ ରୋଜଗାର ସେବିକା ଦୀପ୍ତିମୟୀ ସେଠୀ ଫୁଲତୋଡା ଦେଇ ନୂତନ ସରପଞ୍ଚ ଶ୍ରୀରାଉତ ଓ ସମିତିସଭ୍ୟ ଶ୍ରୀ ଘଟୁଆରିଙ୍କ ସହିତ ନାଏବ ସରପଞ୍ଚଓ ୱାଡ ସଭ୍ୟସଭ୍ୟା ମାନଙ୍କୁ ସ୍ୱାଗତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୩/୨୦୨୨---୫,୪୫ Sakhigopal News,16/3/2022