Breaking News

ପେଣ୍ଠପଡା ପଞ୍ଚାୟତରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

A one-day event is held for children in Pentapada panchayat
ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ସତ୍ୟବାଦୀ ବ୍ଳକର ମହିଳା ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରାଯାଇଥିଲା ।   ପେଣ୍ଠପଡା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଅତିଥି ଭାବେ ସରପଞ୍ଚ ଚିନ୍ମୟ ରାଉତ  ଯୋଗଦେଇ ଶିଶୁ ମାନଙ୍କ ପାଇଁ ଆସୁଥିବା ସମସ୍ତ ସୁବିଧା ସହଯୋଗ ଯେପରି ସଠିକ ପହଞ୍ଚିବ ସେଥିପ୍ରତି ସଜାଗ ରହିବା ସହ ବାଲ୍ୟବିବାହ ଯେପରି ଆମ ପଞ୍ଚାୟତରେ ନହୁଏ ସେଥିପ୍ରତି ଅଙ୍ଗନୱାର୍ଡି କର୍ମୀ ଓ ଆଶା ଦିଦିଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ସମସ୍ତେ ଶିଶୁ ମାନଙ୍କର ଯନ୍ତ୍ର, ଖାଦ୍ୟ, ସୁରକ୍ଷା,ଶିକ୍ଷା ପ୍ରତି ନଜର ରଖିବା ସହ ଯଦି ଶିଶୁ ମାନଙ୍କ ପ୍ରତି ଅନ୍ୟାୟ ବା ସେମାନଙ୍କ ହକରୁ ବାଦ କରାଯାଉଥାଏ ତାହେଲେ  ତୁରନ୍ତ ବିରୋଧ କରିବା ସହ ସରକାରୀ ସ୍ତରରେ ଶିଶୁ ଅଧିକାରୀ ମାନଙ୍କୁ ଜଣାଇବା ସହ ଟୋଲ ଫି ନମ୍ବରକୁ ଜଣାଇବା ପାଇଁ  ସମସ୍ତେ ଶପଥପାଠ କରିଥିଲେ ।  ସମିତିସଭ୍ୟ ସୁମନ୍ତ ଘଟୁଆରୀ ଓ ନ୍ୟାୟବ ସରପଞ୍ଚ ,  ଅଙ୍ଗନୱାଡି ର୍କମୀ ଓ ଆଶା ଦିଦି ଓ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ । ଅଙ୍ଗନୱାଡ କର୍ମୀ ଓ ି ଆଶା ଦିଦି ମାନଙ୍କ ପକ୍ଷରୁ ନବ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟଙ୍କ ସହିତ ନାଏବ ସରପଞ୍ଚ ଓ ୱାର୍ଡ ସଭ୍ୟସଭ୍ୟାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୩/୨୦୨୨---୬,୨୫ 

 Sakhigopal News, 24/3/2022

Blog Archive

Popular Posts