ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଜଟଣୀ ପୌର ନିର୍ବାଚନ
The Jatani municipal elections ended peacefully
ଜଟଣୀ ---ଚଳିତ ବର୍ଷ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଛି ପୌର ନିର୍ବାଚନ । ପୌରପରିଷଦର ସମୁଦାୟ 23 ଗୋଟି ୱାର୍ଡର 54 ଟି ବୁଥରେ ମତଦାନ ହୋଇଯାଇଛି । ଏହି ନିର୍ବାଚନରେ 86 ଜଣ କାଉନସିଲର ଏବଂ 7 ଜଣ ଅଧକ୍ଷ ପଦପାଇଁ ପ୍ରତିଯୋଗୀ ମାନଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇ ରହିଛି । ଆସନ୍ତା ଶନିବାର ତା 26/03/22 ରିଖ ଦିନ ସମସ୍ତ ପ୍ରତିଯୋଗୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଦୀର୍ଘ ୩0 ବର୍ଷ ପରେ ଚଳିତ ବର୍ଷ ପୌର ନିର୍ବାଚନରେ ପୌର ଅଧକ୍ଷଙ୍କୁ ସିଧାସଳଖ ମତଦାନ କରିବାର ସୁଯୋଗ ପାଇଥିବାରୁ ଜଟଣୀ ଜନସାଧାରଣ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି । ଏକ ବିଡମ୍ବନାର ବିଷୟ ଚଳିତ ବର୍ଷ ଜଟଣୀ ପୌର ପରିଷଦର ପ୍ରତ୍ୟକ ୱାର୍ଡର ଅନେକ ସ୍ଥାନୀୟ ବାସିନ୍ଦାଙ୍କ ଭୋଟର ତାଲିକାରେ ନାମ ନ ଥିବା ଦେଖିବାକୁ ମିଳିଛି । ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଚ୍ୟାଲେଞ୍ଜ ଭୋଟ ପଦ୍ଧତିରେ ମତଦାନ କରିବାରେ ମାତଦାତା ମନେ ବଞ୍ଚିତ ହୋଇଥିଲେ । ସରକାର ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଆଖି ଆଗରେ ରଖି ତରବରୀୟା ଭାବେ ପୌର ନିର୍ବାଚନ ଘୋଷଣା କରିଥିବାରୁ ଅନେକ ସ୍ଥାନୀୟ ବାସିନ୍ଦା ମତଦାନ କରିବାରେ ବଞ୍ଚିତ ହୋଇଛନ୍ତି । ୨୩ଟି ୱାର୍ଡର ଭୋଟର ତାଲିକାରେ ତ୍ରୁଟି ପରିଲିଖିତ ହୋଉଥିଲା । 17 ନଂ ୱାର୍ଡର ଅନେକ ଲୋକଙ୍କ ନାମ 18 ନଂ ୱାର୍ଡର ଭୋଟର ତାଲିକାରେ,8 ନଂ ୱାର୍ଡର ଭୋଟର ତାଲିକାରେ 9 ନଂ ୱାର୍ଡର ଲୋକଙ୍କ ନାମ ଏପରି ପ୍ରତ୍ୟକ ୱାର୍ଡର ଲୋକଙ୍କ ନାମ ପରିବର୍ତ୍ତନ ଫଳରେ ଅନେକ ଲୋକ ମତଦାନରୁ ବଞ୍ଚିତ ହୋଉଛନ୍ତି । ଏହି ସବୁ ଦ୍ଵିଧା ସ୍ୱତେ ଚଳିତ ବର୍ଷ ପୌରପରିଷଦ ନିର୍ବାଚନ ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଯାଇଛି । ଶତକଡା 56.87 ହାରରେ 26090 ଜଣ ମତଦାତାଙ୍କର ମତଦାନ କରିଛନ୍ତି । ଚଳିତବର୍ଷ ପୌର ନିର୍ବାଚନରେ ଜଟଣୀ ପୌର ପରିଷଦ ପକ୍ଷରୁ ମହିଳା ମାନଙ୍କ ପାଇଁ ୧ଟି ପିଙ୍କ ବୁଥ ଏବଂ ୨ଟି ମଡେଲ ବୁଥ ଗଠିତ ହୋଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୩/୨୦୨୧----୭,୧୦
Sakhigopal News,25/3/2022