Breaking News

ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷଙ୍କ ପ୍ରଥମ ସରକାରୀ ଭାବେ ୫ଟି କାର୍ଯ୍ୟ ପରିଦର୍ଶନ କଲେ

The first official visit of the Satyavadi Bloc president was to visit five.

ସାକ୍ଷୀଗୋପାଳ---- ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ନିଜ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି । ଏହି ଅବସରରେ ସେଠାରେ ପୂଜା ହୋମ କରିଥିଲେ ।ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରି ସମର୍ଥକଙ୍କ ସହ ବ୍ଳକ କାର୍ଯ୍ୟାଳୟରେ ଠାରେ ଏକ ଶେଭାଯାତା ପହଞ୍ଚିଥିଲା ।ସେଠାରେ ଶ୍ରୀ ପଣ୍ଡାଙ୍କ ପିତାଓ ମାଙ୍କ ପାଦତଳେ ମୁଣ୍ଡିଆ ମାରି ନିଜ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ପରେ ପରେ ବ୍ଳକ ଅଧ୍ୟକ୍ଷ ଦାୟିତ୍ଵ ନେବା ପରେ ପ୍ରଥମ କରି     ଅଳଗୁମ ପ୍ରାମ ପଞ୍ଚାୟତର ଜାଗେଶ୍ୱରୀ ବିଦ୍ୟାପିଠରେ ୫ଟି ଯୋଜନାରେ ଚାଲିଥିବା କାର୍ଯ୍ୟ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟର ଷ୍ଠଡି ରୁମ ଓ ଲାଇବ୍ରେରୀ ଘର କାର୍ଯ୍ୟ ବୁଲିକି ଦେଖିଥଲେ । କାର୍ଯ୍ୟ କରୁଥିବା ଠିକାଦାର ଓ ବିଭାଗୀୟ ଜେଇଙ୍କୁ ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ନିର୍ଦ୍ଦେଶ ଦେଇଥିଲେ । ତାଙ୍କର ଏହି ଗସ୍ତ ସମୟରେ ବ୍ଳକ ଉପାଧ୍‌କ୍ଷା ନିବେଦିତା ପାତ୍ର ଓ ବିଡିଓ କ୍ଷୀରୋଦ କୁମାର ବେହେରା, ସହକାରୀଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ପ୍ରମୋଦା ତ୍ରିପାଠୀ , ଅଳଗୁମ ସମିତିସଭ୍ୟ ପୁଷ୍ପାଞ୍ଜଳି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୩/୨୦୨୨---୬,୧୦

Blog Archive

Popular Posts