ଯୁବତୀର ମୃତଦେହ ଜବତ କଲା ଭଞ୍ଜନଗର ପୁଲିସ , ଜଣେ ଅଟକ
Bhanjanagar police, a detainee, seized the girl's body.
ଭଞ୍ଜନଗର---ସ୍ଥାନୀୟ ପୁଲିସ ଡାକ୍ତରଖାନାରୁ ଯୁବତୀର ମୃତଦେହକୁ ଜବତ କରିବା ସହ ଜଣକୁ ଅଟକ ରଖି , ଗାଙ୍ଗପୁର ଥାନା ପୋଲିସ କୁ ହସ୍ତାନ୍ତର କରିଛି ସଂପୃକ୍ତ ଯୁବକକୁ । ମୃତଯୁବତୀ ମିନାକ୍ଷୀ ଅଧିକାରୀ । ତାଙ୍କ ଘର ସୋରଡ଼ା ଥାନା ଅଞ୍ଚଳରେ । ଖବର ନେବାରେ ଜଣାପଡିଛି ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ପଞ୍ଚାୟତରେ ଥିବା ଚାଞ୍ଚରାପଲ୍ଲୀ ଗ୍ରାମର ସୁଷମା ନାଇକଙ୍କ ଘରକୁ ଗତ ୨୦ ଦିନ ହେଲା ଆସି ରହୁଥିଲେ ଝିଆରୀ ମିନାକ୍ଷୀ । ସୋମବାର ରାତ୍ରରେ କିଛି ଯୁବକ ସୁଷମାଙ୍କ ଘରେ ପଶି ମିନାକ୍ଷୀକୁ ଉଠାଇ ଆଣିବା ସମୟରେ ଉକ୍ତ ଗ୍ରାମର କିଛି ଲୋକ ଉଠି ଚୋର ବୋଲି ଡାକ ପକାଇଥିଲେ । ଅପହରଣ କରି ନେଉଥିବା ଯୁବତୀକୁ ଧରି ଦୈ।ଡିବାରୁ ଯୁବତୀ ଜଣକ କୈାଣସି କାରଣରୁ ଗୁରୁତର ହୋଇପଡିଥିଲେ । ସଂପୃକ୍ତ ଯୁବକ ମାନେ ଯୁବତୀକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଯୁବତୀ କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଅପରଣକାରୀ ମାନେ ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ମେଡିକାଲ ର କିଛି ସୁରକ୍ଷାକର୍ମୀ ଜଣକୁ ଅଟକ ରଖି ଭଞ୍ଜନଗର ପୁଲିସକୁ ଖବର ଦେଇଥିଲେ । ପରେ ଭଞ୍ଜନଗର ପୋଲିସ , ଡାକ୍ତରଖାନାରେ ପହଞ୍ଚି ଅଟକ ରଖିଥିବା ଯୁବକକୁ ଗାଙ୍ଗପୁର ପୁଲିସକୁ ହସ୍ତାନ୍ତର କରିବା ସହ , ମୃତ ଦେହକୁ ଜବତ କରି ତଦନ୍ତ ଜାରି ରଖିଥିବା ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୩/୨୦୨୨----୧୦,୧୫ Sakhigopal News,23/3/2022