Breaking News

ୟୁ ବି ହାଇସ୍କୁଲରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

UB High School hosts self-defense training camp,


ଭଞ୍ଜନଗର : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସାଂପ୍ରତିକ ସମାଜରେ ମହିଳା ମାନଙ୍କ ଆତ୍ମରକ୍ଷା ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ର କ୍ରୀଡାଶିକ୍ଷୟିତ୍ରୀ ସପନେଶ୍ବରୀ ଦିଗାଲ ଙ୍କ
 ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ   ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡାଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁ ଯୋଗ ଦେଇ ତାଲିମ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଶତାଧିକ ଛାତ୍ରୀ ଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଏବଂ ୨ ଓଡ଼ିଶା ବାଟାଲିୟନ ର ଏନ୍‌ସିସି ଆର୍ମି ଅଫିସର ଶ୍ୟାମା ପ୍ରସାଦ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। 
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୩/୨୦୨୨----୪,୫୦ Sakhigopal News,16/3/2022

Blog Archive

Popular Posts