Breaking News

ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଡା. କମ୍ବୁପାଣି ସାମନ୍ତଙ୍କୁ ସମ୍ବର୍ଦ୍ଧନା

On behalf of Ghumsa Senior Citizens Forum, Dr. Congratulations to the Kambupani feudal lords

ଭଞ୍ଜନଗର---ଘୁମୁସର ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ନାୟକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଭାପତି ସୋମନାଥ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି.।ଏହି ବୈଠକ କେତେକ ଗୁରତ୍ୱ ପୂର୍ଣ୍ଣ ନିର୍ଧାରଣ ଗ୍ରହଣ କରାଯାଇଥିବା ବେଳେ ମଞ୍ଚର ଉପଦେଷ୍ଟା dr ସାମନ୍ତ ଙ୍କୁ ତାଙ୍କ ଶୁଭ ଜନ୍ମତିଥି ଅବସରରେ ସମ୍ବର୍ଦ୍ଧନାଦିଆ ଯାଇ ତାଙ୍କ ଦୀର୍ଘ ଜୀବନ କାମନା କରାଯାଇଥିଲା। ଆଜିଠାରୁ ପ୍ରତ୍ୟେକ ସଦସ୍ୟଙ୍କ ଜନ୍ମ ତିଥି ପାଳନ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ  ତିନି ଜଣ ସର୍ବ ବରିଷ୍ଠ ସଦସ୍ୟ ସହଦେବ ବେହେରା, ମହମଦ ଇସମାଇଲ, ଅନ୍ତର୍ଯ୍ୟାମୀ ତ୍ରିପାଠୀ ଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତି  ନିଆଯାଇଥିଲା। ବ୍ରହ୍ମପୁର ବିଜୁ ପଟନାୟକ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯିବ। ମୁଖ୍ୟ ଅତିଥିଭାବେ  ସ୍ଥାନୀୟ ଏସ. ଡି. ପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଓ ସମ୍ମାନିତ ଅତିଥି ଭାବେ ଆଇ. ଆଇ ସି ଧୀରେଶ କୁମାର ଦାଶ ଙ୍କୁ ନିମନ୍ତ୍ରଣ କରାଯାଇଥିବା ମଞ୍ଚର ସଭାପତି ଶ୍ରୀ ନାୟକ ସୁଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ଜେନା, ବାଳକୃଷ୍ଣ ବେହେରା. ମାଗତା ଗଉଡ଼, ଲଡ଼ୁ କିଶୋର ପ୍ରଧାନ, ହରେକୃଷ୍ଣ ସାହୁ, ଅଭିମନ୍ୟୁ ଭୁଆଁୟା ସନ୍ତୋଷ ମିଶ୍ର, ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। କୋଷାଧକ୍ଷ ବ୍ରଜ ଗୋପାଳ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୩/୨୦୨୨---୧୧.୧୦ Sakhigopal News,15/3/2022

Blog Archive

Popular Posts