ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
ଭଞ୍ଜନଗର - ଗାଈ ଚରାଉଥିବା ବେଳେ ବଜ୍ରାଘାତରେ ଜଣେ ଗାଈ ଜଗୁଆଳଙ୍କ ମୃତ୍ୟୁ ହୋଇଛି । ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ପଞ୍ଚାୟତ ର ଖାରିଗୁଡା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ସେହି ଗ୍ରାମର ବସନ୍ତ ଗୈ।ଡ଼ (୩୮) ବୋଲି ଜଣା ପଡିଛି । ଭଂଜନଗର ମେଡିକାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ସୂଚନା ପ୍ରକାରେ, ବସନ୍ତ ଗାଈ ପଲ ନେଇ ଚରାଇବାକୁ ଯାଇଥିବା ବେଳେ ଅପରାହ୍ନରେ ବର୍ଷା ସାଙ୍ଗକୁ ଘଡଘଡି ହୋଇଥିଲା । ସେତେବେଳେ ବଜ୍ରାଘାତ ହେବାରୁ, ସେ ଗୁରୁତର ହୋଇ ପଡିଥିଲେ । ପରେ ତାଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।