ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ
Complaints of verbal motivated by taking the woman or
ସାକ୍ଷୀଗୋପାଳ----ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମର ବାମବରଡା ଗ୍ରାମରେ ଜଣେ ତିନୋଟି ସନ୍ତନୀର ମାକୁ ଅସଦାଚରଣ କରାଯାଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପୋଲିସ ସୁତ୍ରରୁ ଜଣାପଡିଛି ଯେ ମହିଳାଙ୍କ ସ୍ୱାମୀ ଗ୍ରାମ ବୈଠକରେ ଯୋଗ ଦେବାକୁ ଯାଇଥିବା ସମୟରେ ମହିଳା ଜଣଙ୍କ ତାଙ୍କର ପୁଅ ଝିଅ ମାନଙ୍କୁ ଧରି ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ସେହି ଗ୍ରାମର ଅଛବ ପରିଡାଙ୍କ ପୁଅ ଗୁଗୁନା ( ବିବୁନା )ପରିଡା(୨୫) ଘରେ ପଶି ଅସଦାଚରଣ କରିଥିଲା ବୋଲି ପୀଡିତା ଦେବଜାନୀ ପରିଡା ନିଜେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ପାଟିତୁଣ୍ଡ ଶୁଣି ପରିବାର ଲୋକମାନେ ଉଠି ଯିବାରୁ ଗୁଗୁନା ଯିବା ସମୟରେ ମହିଳାଙ୍କ ବେକରୁ ଏକ ସୁନା ଚେନ ନେଇଯିବା ସହ ତାଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭିଯୋଗୁ ଗ୍ରଂଣ କରି ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ୮୦/୨୦୨୨ରେ ଏକ କେସରୁଜ କରିଥିବା ଜଣାପଡିଛି । ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଶ୍ରୀ ଧଳଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୩/୨୦୨୨----୬,୨୦
Sakhigopal News , 26/3/2022