Breaking News

ଗାଁ ଗାଁରେ ସଫେଇ ବାଲା

  Cleaning the village


ସାକ୍ଷୀଗୋପାଳ----- ସତ୍ୟବାଦୀର  ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବର ସାଥୀ । ଗାଁ ଗାଁ ରେ ସଫେଇ ବାଲା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ଅନୁଷ୍ଠାନ  ବିଭିନ୍ନ ରୋଗରେ ପିଡିତଥିବା  ଏବଂ ଅର୍ଥ ଅଭାବରୁ ଚିକିତ୍ସା ନହୋଇ ଘରେ ପଡିଥିବା ଖବର ପାଇ ବିଭିନ୍ନ ସଂସ୍ଥା ଓ ପିଲ୍ମଷ୍ଟାର ମାନଙ୍କ ସହଯୋଗରେ ସେମାନଙ୍କୁ ଚିକିତ୍ସା କରାଇଛି । ଯାହାକି ଆଜି ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛି । ଏବେ ସେହି ଅନୁଷ୍ଠାନ ଗାଁ ଗାଁରେ ସଫେଇ ବାଲା ଏକ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କାର୍ଯ୍ୟକ୍ରମ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇଛି । ଆଜି ଥିଲା ଦ୍ୱତୀୟ ଗାଁ ଗାଁରେ ସଫେଇ କାର୍ଯ୍ୟକ୍ରମ ।

ଏହି ଅବସରରେ ଅହମଦପୁର ଗ୍ରାମରେ ଥିବା ମସଜିଦ ସଫେଇ କରାଯାଇଥିଲା । ପରେ ପରେ ବିରଗୋବିନ୍ଦପୁର ମା ଦକ୍ଷିଣକାଳୀ ମନ୍ଦିର ଚତୁପାଶ୍ୱର୍ ସଫେଇ କରାଯାଇଥିଲା ।ଅନୁଷ୍ଠାନର ସଭାପତି ସନ୍ଦୀପ ମହାପାତ୍ର ଙ୍କ ତତ୍ୱବଧାନରେ ସଫେଇ କରାଯାଇଥିଲା । ଏଥିରେ ପ୍ରଭାକର ବେହେରା, ବିଜୟ ପରିଡା, କୈଳାସ ପଲେଇ, ବାଲୁଙ୍କେଶ୍ୱର ମହାପାତ୍ର, ଦିଲୁ ପ୍ରଧାନ, ବୁଲୁ ସାହୁ, ମାନସ ପ୍ରଧାନ, ନିରଞନ ପ୍ରଧାନ,ଊମେଶ ପଣ୍ଡା, କାତ୍ତିକ ପ୍ରଧାନ, ବିଜୟ ସେଠୀ, ସୁନିଲ ମହାରଣା, ରାକେଶ ଜେନା, ପ୍ରଦୀପ ପରିଡା ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୩/୨୦୨୨---୭,୧୦ 

  Sakhigopal News, 27/3/2022

Blog Archive

Popular Posts