Breaking News

ପେଣ୍ଠପଡା ପଞ୍ଚାୟତରେ ଗାଁ କଲ୍ୟାଣ ସମିତି ବୈଠକ


Village Welfare Committee meeting in Pentapada panchayat

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପ୍ରଦୀପ୍ତ କୁମାର ଚମ୍ପତ୍ତିଙ୍କ ତ ତତ୍ୱବଧାନରେ ଏକ ଗାଁ କଳ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନବ ନିର୍ବାଚିତ ସରପଞ୍ଚ ଚିନ୍ମୟ ରାଉତଙ୍କୁ ଅଙ୍ଗନୱାଡି, ଆଶା  ଓ ଗାଁ କଲ୍ୟାଣ ସମିତି ପକ୍ଷରୁ ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନୀତ କରାଯାଇଥିଲା । ଶ୍ରୀ ରାଉତ ଗାଁ କଲ୍ୟାଣ ସମିତି ବୈଠକରେ ଯୋଗ ଦେଇ କହିଥିଲେ ରାଜ୍ୟ ସରକାରଙ୍କ ଆସୁଥିବା ଅର୍ଥ ସଠିକ ବାଟରେ ବିନିମୟ କରିବାକୁ ଉପସ୍ଥିତ ଥିବା ସମସ୍ତ ଅଙ୍ଗନୱାଡି, ଆଶା ,ସ୍ୱାସ୍ଥ୍ୟକର୍ମୀ. ୱାର୍ଡ ସଭ୍ୟ ସଭ୍ୟା ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ସଦସ୍ୟା ମାନଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ଅଙ୍ଗନୱାଡି କର୍ମୀ, ଆଶାଦିଦି, ଗାଁ କଳ୍ୟାଣ ସମିତିର ସଦସ୍ୟ ସଦସ୍ୟାଙ୍କ ସହିତ ନାଏବ ସରପଞ୍ଚ ଙ୍କ ସହିତ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ । ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ସହିତ ଗାଁ କଲ୍ୟାଣ ସମିତି ଆକଉଣ୍ଟ ବହୁ ଶିଘ୍ର ଖୋଲାଯିବ ସହ ନୂତନ ଭାବେ ଗାଁ କଲ୍ୟାଣ ସମିତି ଅର୍ଥ ଖର୍ଚ୍ଚ କରିବା ପାଇଁ ଏକ ଖସଡା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୩/୨୦୨୨---୬,୧୫   

Sakhigopal News, 24/3/2022

Blog Archive

Popular Posts