Breaking News

ସାକ୍ଷୀଗୋପାଳ ମନ୍ଦିର ଚତୁପାଶ୍ୱର୍ ଉଛେଦ ପାଇଁ ଆରମ୍ଭ ହେଲା ମାପଚୁପ

Measurements have begun to demolish the area around the Sakshigopala temple

ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ମନ୍ଦିରର ଚତୁପାଶ୍ୱର୍ ଉଛେଦ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମାପଚୁପ । ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିରର ଚତୁପାଶ୍ୱର୍ ଉଛେଦ କରାଯିବ ବୋଲି ଜଣାପଡିଛି । ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ବହୁ ଆଗରୁ ଘୋଷଣା କରିସାରିଛନ୍ତି । ସେହିପରି ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଯାଗାରେ ଦେକାନ ଓ ଘର କରି ରହିଥିବା ବ୍ୟକ୍ତି ବିଶେଷଙ୍କୁ ଯାଗା ଖାଲି କରିବା ପାଇଁ ନୋଟିସ ଦେଇ ସାରିଛନ୍ତି । ମନ୍ଦିର ତହସିଲଦାର ବା ମନ୍ଦିର ପକ୍ଷରୁ ଏକ ପ୍ରାରମ୍ଭିକ ମାପଚୁପ କରାଯାଇଥିଲା । ଏବେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇଦିନ ହେବ ମାପଚୁପ କରାଯାଉଛି । ସୁଚନାଯୋଗ୍ୟ ଯେ ରାସ୍ତା ଠାରୁ ୭୦ ଫୁଟ ମନ୍ଦିର ଫାଣ୍ଡି ଠାରୁ ଅର୍ଥାତ ମନ୍ଦିର ନିକଟରେ ଥିବା ରାଧାକୁଣ୍ଡ ଠାରୁ ପ୍ରଥମ ପର୍ଯ୍ୟାୟରେ ଭଙ୍ଗା ଆରମ୍ଭ କରାଯିବ ବୋଲି ଜଣାପଡିଛି । ଏହାକୁ ନେଇ ସେଠାରେ ବ୍ୟବସାୟୀ  ଓ ସେବାୟତ ମାନଙ୍କ ମନରେ ଭୟ ଖେଳିଯାଇଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୩/୨୦୨୨---୭,୧୦   

Sakhigopal News, 27/3/2022

Blog Archive

Popular Posts