Breaking News

ବିଏସଏଫ ଜବାନ ଶହୀଦ ହେଲେ

BSF soldiers killed.

ଭଞ୍ଜନଗର--ଶହୀଦ୍ ହେଲେ ବିଏସଏଫ୍ ଓଡ଼ିଆ ଜବାନ । ଶହୀଦ ଜବାନ୍  ରବିନ୍ଦ୍ର ନାଥ ସାହୁ ବୋଲି ଜଣାପଡିଛି । ତାଙ୍କ ନିଜ ଘର ଗଂଜାମ ଜିଲ୍ଲା ତାରାସିଂଙ୍ଗ ଥାନା , ଗାଲେରୀ ଫାଣ୍ଡି ଅନ୍ତର୍ଗତ ଗାଲେରୀ ଗ୍ରାମରେ ।  ମୃତ୍ୟୁ ଖବର ଜଣାପଡିବା ପରେ  ସ୍ଥାନୀୟ ଅଞ୍ଚଳରେ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ପ୍ରକାରେ ସେ  ୧୯୯୪ ମସିହା ରେ ସୀମା ସୁରକ୍ଷାବଳର ରେ ଯୋଗଦେଇଥିଲେ ।  ବର୍ତ୍ତମାନ ତ୍ରିପୁରା ରେ ଚାକିରୀ କରୁଥିଲେ । ନିର୍ବାଚନ କାର୍ଯ୍ୟ ରେ ଗତ ଫେରୁଆରୀ ମାସ ପ୍ରଥମ ସପ୍ତାହ ରେ ମଣିପୁର ଯାଇଥିଲେ । ତେବେ ଗତକାଲି ହଠାତ୍  ତ୍ରିପୁରା ବିଏସଏଫ କାର୍ଯ୍ୟାଳୟରୁ  ପରିବାର ଲୋକଙ୍କ ପାଖକୁ ଫୋନ ଆସିଥିଲା ରବିନ୍ଦ୍ର ଙ୍କ ଶହୀଦ୍ ହୋଇଥିବା ନେଇ  । ପରିବାର ଲୋକେ ଏହି ଖବର ପାଇ  ମ୍ରିୟମାଣ ହୋଇପଡ଼ିଥିଲେ । କେଉଁ କାରଣରୁ ତାଙ୍କର ବିୟୋଗ ହୋଇଛି ତାହା ପରିବାର ଲୋକଙ୍କୁ ସ୍ପଷ୍ଟ କରାଯାଇନାହିଁ । କେବଳ ତାଙ୍କ ମୃତଦେହ କୁ ଜନ୍ମମାଟି ଗାଲେରୀ କୁ ଅଣାଯାଉଥିବା କୁହାଯାଇଛି । ଏବେ ଶହୀଦ ରବିନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ସମ୍ପର୍କୀୟ ଓ ସ୍ଥାନୀୟ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷରେ ଶହୀଦ ଙ୍କ ପାର୍ଥିବ ଶରୀର ଭୁବନେଶ୍ବର ରେ ପହଞ୍ଚିବା ପରେ ନିଜ ଗାଁ ରେ ପୋଲିସ ଓ ସୁରକ୍ଷା ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର୍ ଦିଆଯିବ ବୋଲି  ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୮/୩/୨୦୨୨---୭,୪୫
 Sakhigopal News,8/3/2022

Blog Archive

Popular Posts