ମହୁରା ଗ୍ରାମପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଦାୟତ୍ୱ ନେଲେ
The newly elected Sarpanch of Mahura Gram Panchayat took charge.
ସାକ୍ଷୀଗୋପାଳ--- ନବ ନିର୍ବାଚିତ ସରପଞ୍ଚ ସରିତାପିୟ ଦର୍ଶନୀ ପରିଜା ଆଜି ଏକ କୂଳଦେବତାଙ୍କୁ ପୂଜା ପାଠ କରିବା ପରେ ତାଙ୍କର ସମର୍ଥକ , ଗୁରୁଜନ ଓ ୱାର୍ଡ ସଭ୍ୟ ମାନଙ୍କ ସହିତ ଏକ ଶୋଭାଯାତ୍ରାରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ନାୟକ, ଜିଆରଏସ ଲକ୍ଷ୍ମୀପିୟା ମିଶ୍ର, ଆରଡ୍ୟୁଏସର ମୁରଲୀଧର ପ୍ରଧାନ ଓ ୱାର୍ଡ ସଭ୍ୟା ଗୁରୁବାରି ନାୟକ ଫୁଲତୋଡା ଦେଇ ନବ ନିର୍ବାଚିତ ସରପଞ୍ଚଙ୍କୁ ସ୍ୱାଗତ କରିଥିଲେ । ସୁଚନାଯୋଗ୍ୟ ଯେ ପ୍ରଶାସନ ପକ୍ଷରୁ ୧୧ ତାରିଖରେ ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ପଞ୍ଚାୟତର ଦାୟତ୍ୱ ହସ୍ତାନ୍ତର କରାଯାଇଛି । ମାତ୍ର ଅନେକ ସରପଞ୍ଚ ମାନେ ସେମାନଙ୍କର ଶୁଭ ବେଳା ଦେଖି ପଞ୍ଚାୟତର ଦାୟତ୍ୱ ନେଇଥିବାର ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୩/୨୦୨୨—୯,୧୫ Sakhigopal News, 16/3/2022