ନିଜ ରିଭଲଭରରୁ ଗୁଳି ଫୁଟି , ଥାନା ଅଧିକାରୀଙ୍କ ମୃତ୍ୟୁ
Shots a shooting of shooting from one's own revolver, the death
ଭଞ୍ଜନଗର-- ସଭିର୍ସ ରିଭଲଭରରୁ ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଶୁକ୍ରବାର ଅପରାହ୍ନ ୨ଟା ସମୟରେ ଘଟିଛି। ଗୁରୁତର ଅବସ୍ଥାରେ ଗୋବରା ସ୍ବାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ନେବ ସମୟରେ ଆସିକା ନିକଟରେ ଚେତା ନଥିବାରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆସିକା ଡାକ୍ତରଖାନାରେ ଭତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରୁଥିବା ଡାକ୍ତର ଆଇଆଇସି ଗମାଙ୍ଗକୁ ମୃତ୍ୟୁ ଘୋଷଣା କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଥାନା ପରିସରେ ଥିବା ସରକାରୀ ବାସଭବନରେ ମାଆଙ୍କ ସହ ଖାଇବାକୁ ବସିଥିବା ବେଳେ କୈଣସି କାରଣରୁ ସଭିର୍ସ ରିଭଲରୁ ଗୁଳି ଫୁଟିଥିଲା। ପେଟରେ ଗୁଳି ବାଜି ପିଠିପଟୁ ବାହାରିଥିଲା।ସେ ଜୟପୁର ଥାନାରେ କାର୍ଯ୍ୟରତ ଥିଲେ । ୬ ମାସ ତଳେ ଗାଙ୍ଗପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଇ ଥିଲେ । ତାଙ୍କ ପତ୍ନୀ ନବରଙ୍ଗପୁର ମୁଖ୍ୟ କାର୍ଯ୍ୟଳୟରରେ ଇନସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି। ଗଞ୍ଜାମ ଏସପି ବିଜ୍ରେଶ୍ ରାୟ କହିବା ଅନୁଯାଇ ମୃତ୍ୟୁ ଦେବୀ ଗମାଙ୍ଗ କିଛି ମାସ ହେଲା ମାନସିକ ଚାପରେ ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଉକ୍ତ ରିଭଲରୁ କେତେଟି ଗୁଳି ବାଜିଛି ବ୍ୟବଛେଦ ପରେ ଜଣାପଡିବ । ଏହି ଘଟଣା ପଚାରିତ ହେବା ପରେ ବିଭିନ୍ନ ଥାନାର ଅଧିକାରୀ ଓ ଭଞ୍ଜନଗର ଓ ଆସିକା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଆସିକା ଡାକ୍ତରଖାନାରେ ପହଞ୍ଜି ଗମାଙ୍ଗ ଶେଷ ଦର୍ଶନ କରିଥିଲେ ।ଗାଙ୍ଗପୁର ଓ ନିଜ ଗ୍ରାମରେ ଶୋକର ଛାୟା ଖୋଳି ଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୩/୨୦୨୨---୮,୨୫ Sakhigopal News,25/3/2022