Breaking News

ବେରବୋଇ ଠାରେ ଗାନ୍ଧୀ ସେବା ସଂଘର ୫୨ତମ ବାର୍ଷିକ ପୂର୍ତ୍ତୀ ଉତ୍ସବ ପାଳିତ

 The 52nd anniversary of the Gandhi Seva Sangh is celebrated in Berboi

 


ଡେଲାଙ୍ଗ ----  ଡେଲାଙ୍ଗ ଥାନା ଅନ୍ତର୍ଗତ ବେରବୋଇ ଗାନ୍ଧୀ ପୀଠରେଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଗାନ୍ଧୀ ସେବା ସଂଘର ୫୨ତମ ସ୍ମାରକୀ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବ ଆରମ୍ଭରୁ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରକ୍ୱଳନ କରାଯିବା ପରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ସୁଚନାଯୋଗ୍ୟ ଯେ ୧୯୩୮ ମସିହା ମାର୍ଚ୍ଚ ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସ୍ତରରେ୪ର୍ଥ ଗାନ୍ଧୀ ସେବାସଂଘର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଠାରେ ଗାନ୍ଧୀ ଓ ତାଙ୍କ ପରିବାର ସହିତ ଅନେକ ଗାନ୍ଧୀବାଦି ନେତା ଏଠାରେ ସାତଦିନ କାଟିଥିଲେ । ଏହି ସ୍ମୃତିକୁ ମନେରଖିବା ପାଇଁ  ଏହି କାର୍ଯ୍ୟକ୍ରମର ଆୟୋଚନ କରାଯାଇଥିଲା । ୠାନ୍ଧୀ ସ୍ମାରକୀ ସମିତିର ସଭାପତି ଇଂ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରାକ୍ତନ ମହାପ୍ରବନ୍ଧକ ସୁରେଶ ଚନ୍ଦ୍ର ଡଢ଼ଙ୍ଗୀ,ତାଙ୍କ ଧର୍ମପତ୍ନୀ ପଦ୍ମାଳୟା ଷଢ଼ଙ୍ଗୀ, ପୁରୀ ସର୍ବୋଦୟ କମିଟିର ସଭାପତି ଉମାବଲ୍ଲଭ ମହାପାତ୍ର, ସମ୍ପାଦକଶିବ ପ୍ରସାଦ ମିଶ୍ର, ଡେଲାଙ୍ଗ ବ୍ଳକଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବେରବୋଇ ସରପଞ୍ଚ ମଳୟ କୁମାର ସେଠୀ, ସମିତିସଭ୍ୟା ରୋଜାଲିନ ବେହେରା, ଶିକ୍ଷାବିତ ଅଭୟ ରାଉତରାୟ, ଗବେଷକ ତଥା ଏତିହାସିକ୍ୟ ଭୀମସେନ ମହାପାତ୍ର, ପ୍ରବଚକ ଶରତ ରାଉତ  ସମାଜବେସୀ ସୁଷମା କର, ନଳୀନ ପଟ୍ଟନାୟକ, ବାଳକୃଷ୍ଣ ସାହା ପ୍ରମୁଖ ଯୋଗ ଦେଇ ଗାନ୍ଧୀଦର୍ଶନ, ଗାନ୍ଧୀବାଦି, ଗାନ୍ଧିତତ୍ତ୍ୱ, ଗାନ୍ଧି ବିଚାର ଉପରେ ବିଭିନ୍ନ ଦିଗ ନେଇ ଆଲେଚନା କରିଥିଲେ  । ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଛାଡି ଏ ଦେଶ ଚାଲିବା ସମ୍ଭବପର ନୁହେଁ ବୋଲି ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।  ସ୍ତମ୍ଭାକାର ଗୌରାଙ୍ଗ ଚରଣ ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ୠାନ୍ଧୀ ସେବା ସ୍ମାରକୀ ସମିତିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବକ୍ତୁତା ପ୍ରତିଯୋଗିତା କରାଯାଇଥିଲା । ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ଗାନ୍ଧୀ କମିଟିର ସଦସ୍ୟ ପ୍ରଫୁଲ ନାୟକ, ଅକ୍ଷୟ ନାୟକ, କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଅମର ଅତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନୀରମ ପ୍ରାର୍ଥନା କରାଯାଇଥିଲା ।ଶିକ୍ଷବାିତ କୁନ୍ତଳା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । କସ୍ତୁରବା କେନ୍ଦ୍ର ସଂଯୋଜିକା କବିତାରାଣୀ ପରିଡା, ଗାନ୍ଧିପ୍ରେମି ଅନାମ ମଲିକ, ଭାଗିରଥି  ପରିଡା, ଅମରେନ୍ଦ୍ର ବାରିକ, ସର୍ବେଶ୍ୱର ବରେଇ, ସନ୍ଦୀପନ ସ୍ୱାଇଁ, ସୁମନ୍ତ ବେହେରା, ସନ୍ତୋଷ ବିଶ୍ୱାଳ, ବଲ୍ଲଭ ବିଶ୍ୱାଳ, ଶିକ୍ଷକ ଅଭୟ ଚରଣ ସାହୁ ଓ କ୍ଷେତ୍ରବାସୀ ଆଳୁକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୩/୨୦୨୨---୭,୧୫  

 Sakhigopal News, 27/3/2022

Blog Archive

Popular Posts