ଗୋପାଳମାନେ ଦୋଳପୂର୍ଣ୍ଣମୀରେ ଗୋପୂଜା କଲେ
The herdsmen worshiped at Dolapurnami.
ସାକ୍ଷୀଗୋପାଳ-----ପରମ୍ପରା ଅନୁସାରେ ଦୋଳପୂର୍ଣ୍ଣମୀରେ ଗୋପାଳକ ମାନଙ୍କର ଏହା ଏକ ବଡପର୍ବ ଭାବେ ଜଣାଶୁଣା । ସତ୍ୟବାଦୀର ଅଳଗୁମ, ଜୟପୁର, ବଳପୁରର ଦିଉଡିସାହି, ଆନନ୍ଦପୁର, ହିରଣପଡା, ଡୁଙ୍ଗର, ମହାବଳପଡା,ଜୟରାମପୁର, ରାୟଖଣ୍ଡି, କାଦୁଆ, ରାୟଚକ୍ରଧରପୁର ଆଦି ଗୋପାଳ ବସ୍ତି ବା ଗ୍ରାମ ମାନଙ୍କରେ ଦୋଳପର୍ବ ଧୁମଧାମରେ ପାଳିତ ହୋଇଯାଇଛି । ଏହି ପର୍ବ ପରମ୍ପରା ତଥା ପୁରାଣଶାସ୍ତ୍ର ଅନୁସାରେ କରାଯାଇଥାଏ । ଗୋପପୁରିଆ ଗୋପାଳକ ମାନେ ଦୋଳପୂର୍ଣ୍ଣମୀ ଆଗଦିନ ଠାରୁ ଗାଇ ମାନଙ୍କୁ ଗାଧୁଆ ପାଧୁଆ ସାରି ଦେଇଥାନ୍ତି । ପୂର୍ଣ୍ଣମୀ ଦିନ ସକାଳୁ ସକାଳୁ ସେମାନେ ଗୋପୂଜା କରିଥାନ୍ତି ।ସେହିପରି ମଥୁରା ପୁରିଆ ଗୋପାଳ ମାନେ ଦୋଳ ପୂର୍ଣ୍ଣମୀ ଦିନ ଗାଈ ମାନଙ୍କୁ ବିଭିନ୍ନ ଐଷଧୀୟ ଲତାବୃକ୍ଷ ଡାଳରେ ଗାଈ ମାନଙ୍କୁ ଗାଧୁଆ ପାଧୁଆ ସାରି ଫଗୁ ପକାଇ ପୂଜା କରିଥାନ୍ତି । ବାଡି ନହୁଡି ଖେଳ , ଗୋପାଳ ଉଗାଳ, ନୃତ୍ୟ ଗୀତ ମାନ ପରିବେଷଣ କରିଥିଲେ । ଗୋପାଳ ମାନେ ଗୋମାତା ମାନଙ୍କୁ ଗାଧୁଆ ପାଧୁଆ କରିବା ପରେ ବିଭିନ୍ନ ପଠପଣା କରିବା ସହ ଗୋ ମାତାଙ୍କୁ ବନ୍ଦାପନା କରାଯିବା ସହ ପିଠାପଣା ଖାଇବାକୁ ଦେଇଥିଲେ । ଧୁମଧାମରେ ଦୋଳଯ୍ରାତ୍ରା ଗୋପାଳକ ମାନେ ପାଳନ କରିଥିବାର ଦେଖାଯାଇଥିଲା । ବିଭିନ୍ନ ବେଶ ହୋଇ ନାଚ କୁଦରେ ଦୋଳଯାତ୍ରା ପାଳନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୨--- ୪,୧୫ Sakhigopal News, 20/3/2022