ସେବା ନିବୃତ୍ତି ଅବସର ସମ୍ମର୍ଦ୍ଧିତ ସଭା
Retirement Retirement Meetings
ସାକ୍ଷୀଗୋପାଳ---- ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅତିରିକ୍ତ ନସିଂ ସୁପରଟେଣ୍ଡ ଦାୟତ୍ୱରେ ଥିବା ସରୋଜିନୀ ଦେବୀ ସରକାରୀ ସେବା ନିବୃତ୍ତି ନେଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ୧୯୮୪ ମସିହାରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଜଣେ କର୍ମପ୍ରବଣା, ସାହାର୍ଯ୍ୟକାରୀ, ସହାନୁଭୁତିଶୀଳ, ଧୈଯ୍ୟବାନ, ବୃକ୍ଷପ୍ରେମୀ, ଇଶ୍ୱରବିଶ୍ୱାସୀ, ସତ୍ୟବାଦିନୀ ଓ ସବୁବେଳେ ଚଳଚଞ୍ଚଳ ରହିଥାନ୍ତି ବୋଲି ଅନୁଷ୍ଠିତ ସମ୍ମର୍ଦ୍ଧିତ ସଭାରେ ତାଙ୍କର ଗୁଣଗାନ କରାଯାଇଥିଲା । ଏହି ଅବସରରେ ସରୋଜିନୀ ଦେବୀଙ୍କୁ ମାନପତ୍ର, ଇପଢ଼ୌକନ ଓ ଫୁଲତୋଡା ଦେଇ ସମ୍ମର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଡ,ବାସନ୍ତୀ ଦେବୀ, ଡ. ପ୍ରିତମ ବାଗ, ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ, ବିପିଏମ ଜ୍ୟୋତି ରଞ୍ଜନ ଶତପଥୀଙ୍କ ସହିତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଓ ଷ୍ଟାଫନର୍ସ ମାନେ ଉପସ୍ଥିତ ରହି ତାଙ୍କର ଆଗାମୀ ଜୀବନ ସୁଖମୟ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୨----୧୦-୪୫
Sakhigopal News, 1/4/2022