>>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • *ମା" ଜାଗୁଳାଇଙ୍କ ବାସନ୍ତି ଦୂର୍ଗାପୂଜା ଓ ନବରାତ୍ର ମହୋତ୍ସବ

    * Ma 'Jagulai's Basanti Durga Puja and Navratra Mahotsav.

    ଜଟଣୀ --- ଆସନ୍ତା କାଲି ତା 1/04/22ରିଖ(ଶୁକ୍ରବାର )ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା" ଜାଗୁଳାଇଙ୍କ ବାସନ୍ତି ଦୂର୍ଗାପୂଜା ଓ ନବରାତ୍ର ମହୋତ୍ସବ  ଆରମ୍ଭ ହେବ ।  ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ଓ ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡାଙ୍କ ସୂଚନା ଅନୁଯାୟୀ ସକାଳ ୮ ଟାରେ ବ୍ରତଧାରି ମାନେ ମାଝଣା ପୋଖରୀରୁ ଜଳ ଉଠାଇ ଗ୍ରାମ ପରିକ୍ରମା କରିବା ସହିତ ମନ୍ଦିରରେ ଘଟ ସ୍ଥାପନା, ସାଳା ମଣ୍ଡନ କରାଯିବ। ସୂର୍ଯ୍ୟ ପୂଜା ପରେ ଅଗ୍ନି ଆବାହନ କରାଯାଇ ସନ୍ଧ୍ୟାରେ ମାଙ୍କୁ ପୁନଃ ମହାସ୍ନାନ କରାଯିବା ସହିତ ଶୈଳପୁତ୍ରୀ ବେଶରେ ସଜ୍ଜିତ କରାଯାଇ ଷୋଡ଼ସହସ୍ର ଚଣ୍ଡିପାଠ କରାଯିବ। ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ମା ଶୈଳପୁତ୍ରୀ ବେଶରେ ଦର୍ଶନ ଦେବେ। ଏହା ଏଗାର ତାରିଖ ପର୍ଯ୍ୟନ୍ତ ଚାଲିବା ସହିତ ପ୍ରତ୍ୟେକ ସନ୍ଧ୍ୟାରେ ମା ଭିନ୍ନ ରୂପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ। ଏହି ଆୟୋଜନ କୁ ପରିଚାଳନା କମିଟିର ସଭାପତି ଶ୍ରୀ ରାଧାମୋହନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ର ଶେଖର ପଣ୍ଡା, ସଂପାଦକ ଶ୍ରୀ ଏଲ ଡି ମହାନ୍ତି, କୋଷାଧ୍ୟକ୍ଷ ଅଶୋକ ଦାସ, ସୁନିଲ ମହାନ୍ତି, ବାଉରୀବନ୍ଧୁ ସାହାଣୀ, ସତିଶ ପରିଡ଼ା, ପ୍ରଦୀପ ସୁନ୍ଦରାୟ, ପୂର୍ଣ୍ଣଚନ୍ଦ୍ର ସାହାଣୀ ଓ ଗ୍ରାମବାସୀଙ୍କ ସହଯୋଗ ରେ ଏହି ଉତ୍ସବ କାର୍ଯ୍ୟକାରୀ ହେଉଛି  । ଆସନ୍ତା ତା -11/04/22 ରିଖ ଦିନ ପୂର୍ଣ୍ଣାହୁତି, ଘଟ ବିସର୍ଜନ ସହ ସନ୍ଧ୍ୟା ୭ ଘଟିକା ସମୟରେ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଅଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।
     ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୩/୨୦୨୨----୭,୨୦ Sakhigopal News,31/2/2022

    Blog Archive

    Popular Posts