Breaking News

ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନତା ସାଇକେଲ ଶେଭାଯାତ୍ର

 Awareness bike ride to prevent forest fires
ଭଞ୍ଜନଗର---ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ଅଧିନ କାଳିଆମ୍ବା ସେକସନର କଣ୍ଟେଇପଲ୍ଲୀ ବିଟ୍ ର କଣ୍ଟେଇପଲ୍ଲୀ ଗ୍ରାମରୁବହୁ ଯୁବକ ଓ ଛାତ୍ର ସାଇକେଲ ଶୋଭାଯାତ୍ରା ରେ ବାହାରି ବିଭିନ୍ନ ଗ୍ରାମ ବୁଲି ଜଙ୍ଗଲରେ ନିଆଁ ନ ଲଗାଇବା ,ଜଙ୍ଗଲରେ ନିଆଁ ଲାଗିଥିଲେ କିପରି ଲିଭାଇବା ଉପରେ ପଥପ୍ରାନ୍ତ ସଭାରେ ଉପସ୍ଥିତ ଥିବା ଜନସାଧାରଣକୁ ବୁଝାଇଥିଲେ  । ପରେ ସଚେତନତା ସାଇକେଲ ରାଲିଟି ଭଞ୍ଜନଗରସହର ଦେଇ କେନ୍ଦ୍ରିୟ ବନାଞ୍ଚଳ କାର୍ଯ୍ୟଳୟରେ ପହଞ୍ଚିବା ପରେ କାର୍ଯ୍ୟଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହେଇଥିଲା। ଏହି ସଭାରେ ସମାଜସେବୀ ଶୂଳପାଣି ଶତପଥୀ, ବନାଞ୍ଚଳ ଅଧିକାରୀ କୁମର ବେହେରା,କାଳିଆମ୍ବା ବନପାଳ ଶରତ କୁମାର ମହାନ୍ତି,ବନରକ୍ଷୀ ରଶ୍ମିତା ସେଠୀ, ବନ ସୁରକ୍ଷା ସମିତିର ସଭାପତି ଶରତ କୁମାର ସ୍ବାଇଁ,ସନ୍ତୋଷ ଡାକୁଆ,ପ୍ରଶାନ୍ତ କୁମାର ସାହୁ,ସ୍ବାତୀ ଅନୁଷ୍ଠାନର ରବିନ୍ଦ୍ର କୁମାର ବେହେରା,ପ୍ରିୟଦର୍ଶନୀ ପ୍ରଧାନ,ସ୍ବାର୍ଡ କର୍ମଚାରୀ ସମେତ ବନ ସୁରକ୍ଷା ସମିତି ବହୁ ସଭ୍ୟ ଭପସ୍ଥିତ ଥିଲେ ।  ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ  ଅଭୟ କୁମାର ଦଳେଇଙ୍କ ନିର୍ଦ୍ଦେଶରେ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ନେତୃତ କାଳିଆମ୍ବା ବନପାଳ ଶରତ କୁମାର ମହାନ୍ତିଙ୍କ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୩/୨୦୨୨----୬,୪୦ 
Sakhigopal News 

Blog Archive

Popular Posts