Breaking News

ଝାଙ୍କରେଇ ଶିବମନ୍ଧିର ଓ ଚଣ୍ଡିମନ୍ଧିରରୁ ଦାନହୁଣ୍ଡି ଚୋରି

 Danhundi was stolen from Jhankrei Shivamandhir and Chandimandhir.  
ଭଞ୍ଜନଗର - ସ୍ଥାନୀୟ ଥାନା ଅନ୍ତର୍ଗତ ଜାମପଲ୍ଲୀ ଗ୍ରାମ ନିକଟରେ ଥିବା ଝାଙ୍କରେଇ ଶିବମନ୍ଦିର ଓ ଚଣ୍ଡି ମନ୍ଦିରରୁ ରବିବାର ବିଳମ୍ବିତ ରାତ୍ରରେ  ଦୁଇଟି ମନ୍ଦିରର ଗ୍ରିଲ୍ ଭାଙ୍ଗି ମନ୍ଦିର ଭିତରେ ଥିବା  ଦାନହୁଣ୍ଡିକୁ ଚୋରି ହୋଇଯାଇଛି । ହୁଣ୍ଡି ଭାଙ୍ଗି ସେଥିରେ ଥିବା ୯୦୦୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚୋର ମାନେ ନେଇଥିବା ପୂଜକ ଜୟରାମ ପଣ୍ଡା କହିଛନ୍ତି । ଏହି ଚୋରି ଘଟଣାକୁ ନେଇ  ମନ୍ଦିର କମିଟି ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଦିବା ୧୨ଟା ସୁଦ୍ଧା ଘଟଣାସ୍ଥଳରେ ଭଞ୍ଜନଗର ପୁଲିସ ପହଞ୍ଚି ନ ଥିବା ସ୍ଥାନୀୟ ଲୋକେ ଗଣମାଧ୍ୟମକୁ ଜଣାଇଛନ୍ତି ।  ଖବର ନେବାରେ ରବିବାର ରାତ୍ରରେ ସେହି ମନ୍ଦିରରେ ଥିବା ପୂଜକ  ରାତ୍ର ୧୦ଟା ସମୟରେ ମା ଝାଙ୍କରେଇ ଓ ଶିବ ମନ୍ଦିରର  ନିତିକାନ୍ତି କରି ମନ୍ଦିରର କବାଟ ଦେଇ ଘରକୁ ଯାଇଥିଲେ ।ପୂଜକ ମାନେ ଭୋର ୫ ଟା ସମୟରେ ମନ୍ଦିରକୁ ଯାଇ ଦେଖିବା ବେଳକୁ ମନ୍ଦିରର ଗ୍ରିଲ୍ ଭାଙ୍ଗି  ଚଣ୍ଡିମନ୍ଧିରର ଦାନହୁଣ୍ଡି  ରେ ଥିବା ଦାନଟଙ୍କା ନେଇଥିବା ବେଳେ , ଶିବ ମନ୍ଦିରର ଦାନହୁଣ୍ଡିକୁ ଚୋରମାନେ ଟେକି ନେଇ ମନ୍ଦିରର ପଛପଟେ ତାହା ଭାଙ୍ଗି ସେଥିରେ ଥିବା ଦାନଅର୍ଥକୁ ଚୋରମାନେ ଲୁଟି ନେଇଥିବାର ପୂଜକ ଶ୍ରୀ ପଣ୍ଡା କହିଛନ୍ତି ।ଗତ କିଛି ବର୍ଷ ହେଲା ଏହି ମନ୍ଦିରରୁ ବଡ ଧରଣର ଚୋରି ହେଇଥିଲା ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ କମିଟି ତରଫରୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ନିରବ ରହିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୩/୨୦୨୨---୮,୨୫ Sakhigopal News,28/3/2022

Blog Archive

Popular Posts