Breaking News

ବ୍ଳକ ସ୍ଥରୀୟ ଶିଶୁ ପାଇଁ ଦିନଟିଏ

A day for block-level children


ସାକ୍ଷୀଗୋପାଳ---- ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସତ୍ୟବାଦୀ ବ୍ଳକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ  ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ସଭାପତିତ୍ୱ କରିବା ସହ ଶିଶୁ ମାନଙ୍କ ସୁରକ୍ଷା ପାଇଁ ସଚେତନତା ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ । ସତ୍ୟବାଦୀ ବ୍ଳକର  ସମନ୍ୱିତ ଶିଶୁ ବିକାଶ ଯୋଜନାଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରିଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ କମିଟି ଆର୍ଥିକ ସହଯୋଗ କରିଥିଲେ  । ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସିଡିପିଓ ରାଜଲକ୍ଷ୍ମୀ ଦାଶ କାର୍ଯକ୍ରମ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ନିବେଦିତା ପାତ୍ର, ଆଇଆଇସି ଦିଲ୍ଲୀପ କୁମାର ଧଳ, ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଅତିଥି ମାନେ  ମତ ପ୍ରକାଶ କରିଥିଲେ ।  କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ମହିଳା ଗୋଷ୍ଠୀ, ସ୍ୱେଚ୍ଛସେବୀ ଅନୁଷ୍ଠାନ, ଅଙ୍ଗନୱାଡି କର୍ମୀ କିଛି ପିଲା ଯୋଗ ଦେଇଥିଲେ । ପରେ ପରେ ସମସ୍ତେ ଶିଶୁ ମାନଙ୍କୁ ସୁରକ୍ଷା ଦେବା ପାଇଁ  ଏକ ଶପଥ ପାଠ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୩/୨୦୨୨---୭,୫୫   

Sakhigopal News, 25/3/2022

Blog Archive

Popular Posts