Breaking News

ନାଇଜରର ସ୍ୱର୍ଣ୍ଣପଦକ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ, କାରଣ ଖୋଜୁଛି ପ୍ରଶାସନ ଓ ନାଇଜର କର୍ତୃପକ୍ଷ, ପୁଲିସର ତନାଘନା, ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

The mysterious death of a Nigerian gold medal student, as the administration and Niger authorities are searching for him, questioning the security of the police and security.


ଜଟଣୀ---- ନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜ୍ୟୁକେସନ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର,(ନାଇଜର)ଭୂବନେଶ୍ୱର ଜଟଣୀ କ୍ୟାମ୍ପସରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏଜ୍ୟୁକେସନାଲ ବିଲ୍ଡିଂର ୬ ମହଲା ବିଶିଷ୍ଟ କୋଠାରୁ ପଡି ରହସ୍ୟଜନକଭାବେ ଜଣେ ମେଧାବୀ ଓ ସ୍ୱର୍ଣ୍ଣପଦକ ହାସଲ କାରୀ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।  ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବହୁତଳ ପ୍ରାସାଦରୁ ପଡି ମୃତ୍ୟୁ ଘଟିଥିବାକୁ ନେଇ ନାଇଜର କର୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନର କାରଣ ଖୋଜିଚାଲିଛି । ଏନେଇ ପୁଲିସର ତନାଘନା ଆରମ୍ଭ ହୋଇଥିବା ବେଳେ ମୃତ ଛାତ୍ରୀଙ୍କ ପରିବାରକୁ ଅବଗତ କରାଯାଇ ସେମାନଙ୍କ ଉପସ୍ଥିତିକୁ ଅପେକ୍ଷା କରାଯାଇଛି । ଅନ୍ୟପଟେ ନାଇଜର ପରିସରକୁ ଗଣମାଧ୍ୟମକୁ ପ୍ରବେଶକୁ ବାରଣ କରାଯାଉଥିବା ବେଳେ ବିଦ୍ୟାର୍ଥୀଙ୍କ ସୁରକ୍ଷା ଉପରେ ଅଂଚଳବାସୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସୁଚନାନୁସାରେ, ସ୍ଥାନୀୟ ନାଇଜର କ୍ୟାମ୍ପସର ଡି-୨ ବିଲ୍ଡିଂର ୬ମହଲା ବିଶିଷ୍ଟ କୋଠାରୁ ପଡି  ଜଣେ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଛତିଶଗଡ ଜିଲା ଅଂଚଳର ପୂଜା ଜେଠୱାନୀ ବୋଲି ନାଇଜର କାର୍ଯ୍ୟାଳୟ ପକ୍ଷରୁ ସୁଚନା ମିଳିଛି । ପୂଜା ନାଇଜରରେ ଫିଜିକ୍ସରେ ୫ବର୍ଷର ପିଏଚ୍‌ଡି ଛାତ୍ରୀ ଥିଲା ବେଳେ ସେ ଆଇଆଇଟି ମାଡ୍ରାସରୁ ସ୍ୱର୍ଣ୍ଣପଦକ ହାସଲ କରିବା ସହିତ ଜଣେ ଟପ୍ପର ଛାତ୍ରୀ ଥିଲେ ବୋଲି ନାଇଜର ପକ୍ଷରୁ ସୁଚନା ମିଳିଛି । ପ୍ରତିଦିନଭଳି ନାଇଜରର ଡି-୨ ବିଲ୍ଡିଂରେ ଛାତ୍ରଛାତ୍ରୀଙ୍କ ଗହଳଚହଳ ଲାଗିଥିଲା । ମାତ୍ର ଆଜି ପୁର୍ବାହ୍ନ ସାଢେ ୮ଟା ସମୟରେ ପୂଜା ଉକ୍ତ ବିଲ୍ଡିଂର ୬ମହଲା ବିଶିଷ୍ଟ କୋଠାରୁ ତଳକୁ ପଡିଯାଇଥିବା ଉପସ୍ଥିତ ଛାତ୍ରଛାତ୍ରୀମାନେ ଦେଖିବାକୁ ପାଇଥିଲେ । ପୂଜା ପଡିଥିବା ସ୍ଥାନରେ ପ୍ରବଳ ରକ୍ତସ୍ରାବ ହୋଇ ଚଟାଣଟି ରକ୍ତ ଜୁଡୁବୁଡୁ ହୋଇଯାଇଥିଲା । ତେବେ ପୂଜାଙ୍କ ସହପାଠୀ ଛାତ୍ରଛାତ୍ରୀମାନେ ଏନେଇ ଭୟଭିତ ହୋଇ ବିଭାଗୀୟ ଫାକଲ୍ଟିଙ୍କୁ ଜଣାଇଥିଲେ । ତେବେ ସଙ୍ଗେ ସଙ୍ଗେ ପୂଜାଙ୍କୁ ଭୂବନେଶ୍ୱର ଏମ୍‌ସ୍ ହସ୍ପିଟାଲକୁ ନିଆ ଯାଇଥିଲା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ପୁଲିସ ପୂଜାଙ୍କ ନିକଟରୁ ଏକ ଡାଏରୀ ଜବତ କରିଥିବା ବେଳେ ପୂଜାଙ୍କ ମୋବାଇଲ ଫୋନଟିକୁ ନିଜ ହେପାଜତକୁ ନେଇଛି ।  ପୂଜାଙ୍କ ମୃତଦେହ ଭୂବନେଶ୍ୱର ଏମ୍ସ ହସ୍ପିଟାଲର ଶବାଗାରରେ ରହିଥିବା ନାଇଜର କୂଳପତିଙ୍କଠାରୁ ସୁଚନା ମିଳିଛି । ଅନ୍ୟପକ୍ଷରେ ନାଇଜର ଏକ କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ହୋଇଥିବା ବେଳେ ଦେଶଦେଶାନ୍ତରୁ ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ଏଠାରେ ହଷ୍ଟେଲରେ ରହି ଡିଗ୍ରୀ ହାସଲ କରିଥାନ୍ତି । ଆଇନର ଦୁହାଇଦେଇ ଗଣମାଧ୍ୟମର କର୍ତବ୍ୟକୁ ଏଡାଇଦିଆଯାଉଥିବା ଜଟଣୀର ସମସ୍ତ ଗଣମାଧ୍ୟମ ପ୍ରତିନିଧୀମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ନାଇଜରର ସମସ୍ତ ଉନ୍ନତିମୂଳକ ଓ ପ୍ରଚାରପ୍ରସାରର ଆବଶ୍ୟକତା ଖବର ପରିବେଷଣ କରିବାଲାଗି ନିମନ୍ତ୍ରଣ କରାଯାଉଥିବା ବେଳେ ନାଇଜର ସମନ୍ଧରେ ସମାଜକୁ ଭଲମନ୍ଦ ଆବଶ୍ୟକ ହେଉଥିବା ରୋଚକ ଖବର ପ୍ରସାରଣକୁ ନାଇଜର ପ୍ରତ୍ୟାଖ୍ୟାନ କାହିଁକି କରୁଛି ବୋଲି ପ୍ରଶ୍ନ ଉଠୁଛି । ଆଜିର ଘଟିଥିବା ଘଟଣାକୁ ନେଇ ଜଟଣୀର ସ୍ୱାଭୀମାନ ଦୃଷ୍ଟିରୁ ଗଣମାଧ୍ୟମ ପ୍ରତିନିଧୀମାନେ ନାଇଜରକୁ ଯାଇଥିବା ବେଳେ ସିକ୍ୟୁରିଟି ସେଠାରୁ ବିଦା କରିଦେଇଥିଲେ । ଏନେଇ ଜଟଣୀଥାନାରେ ୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଟଣୀଥାନା ଆଇଆଇସି ଦୟାନିଧୀ ନାୟକ କହିଛନ୍ତି । ତେବେ ଏନେଇ ନାଇଜର କୂଳପତି ଡ. ଅଭୟ କୁମାର ନାୟକଙ୍କୁ ପଚାରିବାରେ ସେ କୁହନ୍ତି, ଏହି ଘଟଣା ସମନ୍ଧରେ ମୁଁ ସକାଳେ ଖବର ପାଇଲି । ଉକ୍ତ ଛାତ୍ରୀଙ୍କୁ ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମାତ୍ର ଉକ୍ତ ମେଧାବୀ ଛାତ୍ରୀଙ୍କ ମୃତ୍ୟୁର କାରଣ ସମନ୍ଧରେ ତଦନ୍ତପରେ କୁହାଯାଇପାରିବ ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୬/୩/୨୦୨୨---୬,୨୦   Sakhigopal News, 16/3/2022---6,25


Blog Archive

Popular Posts