ଜଟଣୀ ରେ ବିଜେଡି ଭାଙ୍ଗିଲା କଂଗ୍ରେସ ଗଡ଼
BJD demolishes Congress stronghold in Jatani
ଜଟଣୀ ---ବିଗତ 30 ବର୍ଷ ପରେ ସିଧାସଳଖ ଜନମତ ପୌର ନିର୍ବାଚନରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଦୀର୍ଘ 50 ବର୍ଷ ଧରି ଜଟଣୀ ପୌରପରିଷଦର ଅଧକ୍ଷ ପଦ କଂଗ୍ରେସ ଅଧୀନରେ ରହିଥିଲା । ଚଳିତ ବର୍ଷ ପୌର ନିର୍ବାଚନରେ ବିଜେଡି ବାଜିମାତ କରିନେଇଛି । କଂଗ୍ରେସ ଠାରୁ ତାର ହକ ଛଡାଇ ନେଇଛି ବିଜେଡି । ପ୍ରଥମ ଥର ଜଟଣୀ ପୌରପରିଷଦର ଅଧକ୍ଷ ପଦ ଆସନଟି ବିଜେଡି ହାତକୁ ଯାଇଛି । ଏହା ସମ୍ପୂର୍ଣ୍ଣ ଜଟଣୀ ଜନସାଧାରଣଙ୍କର ଅକୁଣ୍ଠ ଜନ ସମର୍ଥନ ବୋଲି ଜଣାପଡିଛି ।1972 ମସିହାରେ NAC ଗଠିତ ହେବାଠାରୁ ପରବର୍ତ୍ତୀ ସମୟରେ 1992 ମସିହାରେ ପୌରପରିଷଦ ଗଠିତ ହେବା ପରଠାରୁ ପ୍ରଥମଥର ପାଇଁ ବନମାଳୀ ଶତପଥୀ (ମୃତ ), ଦ୍ଵିତୀୟ ଥର ପାଇଁ ରସିକ ସାମନ୍ତରାୟ(ମୃତ ), ତୃତୀୟ ଥର ପାଇଁ ଗୌରୀ ସିଂହ ଲଗାଥର ଚାରିଥର ପୌର ଅଧକ୍ଷ ପଦ ହାତେଇଥିବା ବେଳେ ଚତୁର୍ଥ ଥରପାଇଁ ସଂଗ୍ରାମ କେଶରୀ ରାଉତରାୟ କ୍ରମାନୟରେ ଦୁଇ ଥରପାଇଁ ପୌର ଅଧକ୍ଷ ପଦ ହାତେଇଥିଲେ । ଚଳିତ ବର୍ଷ ପୌରନିର୍ବାଚନରେ ଅଧକ୍ଷ ପଦପାଇଁ ସରଂକ୍ଷିତ ଥିବା ହେତୁ ଏହି ଆସନଟି ବିଜେଡି ହାତକୁ ଚାଲିଯାଇଛି । ଚଳିତ ନିର୍ବାଚନରେ ପୌରପରିଷଦ ଅଧୀନରେ ଥିବା 23 ୱାର୍ଡ ମଧ୍ୟରୁ 12 ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ, ବିଜେପି 1ଟିରେ, କଂଗ୍ରେସ 5 ଟିରେ, ସ୍ୱାଧୀନ 5ଟିରେ କାଉନସିଲର ପାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡିର ଅଧକ୍ଷ ପାର୍ଥୀ ଅନନ୍ତ ବେହେରା 4763 ଖଣ୍ଡ ଭୋଟ ପାଇଁ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପାର୍ଥୀ ସବିତା ବେହେରାଙ୍କ ଠାରୁ 901 ଖଣ୍ଡ ଭୋଟ ଅଧିକ ପାଇ ପୌରପରିଷଦର ଅଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି 12 ଟି ୱାର୍ଡରେ ନିଜର 12 ଟି କାଉନସିଲର ବିଜୟୀ ହେତୁ ପୌରପରିଷଦର ଉପ ପୌରଅଧକ୍ଷ ପଦ ଗଠନ କରିବ ବୋଲି ଜଣାପଡିଛି । ଏହି ଅଦ୍ଭୁତ ପୂର୍ବ ବିଜୟୀ ପାଇଁ ଜଟଣୀ ବିଜୁ ଜନତା ଦଳରେ ଖୁସିର ବାତାବରଣ ଖେଳିଯାଇଛି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୩/୨୦୨୨-----୪,୨୦
Sakhigopal News,26/3/2022