Breaking News

ବାରୁଣିବୁଡ ପାଇଁ ମେଳା ପଡିଆ ଅପେକ୍ଷାରତ

 A fairground is waiting for Barunibud

 

ସୁଆଣ୍ଡୋ----- ପୁଣ୍ୟତୋୟା ଭାର୍ଗବୀ ନଦୀର ବଳପୁର ଓ ସୁଆଣ୍ଡୋ ସ୍ଥିତ ଭୃଗୁଘାଟରେ ମଙ୍ଗବାର ଅର୍ଥାତ ୨୯ ତାରିଖରେ ବାରୁଣୀସ୍ନାନ ତଥା ସାରଗବୁଡ ଅନୁଷ୍ଠିତ ହେବ । ଏଥିଯୋଗୁ ବଳପୁର ସରପଞ୍ଚ ପିୟଙ୍କା ପଣ୍ଡାଙ୍କ ତତ୍ୱବଧାନରେ ବଳପୁର ଭୃଗୁଘାଟ ତଥା ମେଳଣ ପଡିଆ ଆଜି ସଫା ସୁତରା କରାଯାଇଛି । ଏଠରେ ବହୁ ଲୋକଙ୍କ ସାମାଗମ ହେବାର ଆଶଙ୍କା ରହିଛି । ଦୁଇବର୍ଷ ହେବ ବାରୁଣି ବୁଡ ଭକ୍ତ ମାନଙ୍କ ପାଇଁ ବନ୍ଦ ରହିଥିଲା । କେବଳ ଠାକୁରଙ୍କ ନୀତିକାନ୍ତ କରାଯାଇଥିଲା ।  ଏ ବର୍ଷ ରାଜ୍ୟ ସରକାର କୋଭିଡ କଟକଣା କିଛି ମାତ୍ରରେ କୋହଳ କରିଥବାରୁ ଯାନିଯାତ୍ରା ଅନୁଷ୍ଠିତ ହେଉଛି । ଏହାକୁ ଲକ୍ଷ୍ୟ କରି ସତ୍ୟବାଦୀ ପ୍ରଶାସନ ପକ୍ଷରୁ  ଆଲୋକୀକରଣ , ପାନୀୟ ଜଳ ଓ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।  ମେଳଣ ପଡିଆରେ ଥିବା ଠାକୁରଙ୍କ ମଣ୍ଡପ ସଫାସୁତରା କରାଯିବା ସହ ଛାମୁଣ୍ଡିଆ କରାଯାଇଛି । ସେହିପରି ମେଳଣ ପଡିଆରେ ବିଭିନ୍ନ ବ୍ୟବସାୟୀ ମାନେ ଉଠାଦେକାନ କରିବା ଆରମ୍ଭ କରିସାରିଥିବାର ଦେଖାଯାଇଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୩/୨୦୨୨----୭,୧୦  

 Sakhigopal News, 27/3/2022


Blog Archive

Popular Posts