ଭେଡେନ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
The Veden Block Level Science Fair is being held
ବରଗଡ଼-- ବରଗଡ ଜିଲ୍ଲା ଭେଡେନ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୨୦୨୨ ର ଆଞ୍ଚଳିକ ଶ୍ରମଦାନ ନୋଡାଲ ଉଚ୍ଚ ବିଦ୍ୟାଳୟ ଛିଞ୍ଚିଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ସାହୁ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭେଡେନ ବ୍ଲକ ର ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ। ସମ୍ମାନୀତ ଅତିଥି ଭାବେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ, ବରଗଡ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଡାଃ ମନୋଜ କୁମାର ସାହୁ, ବିଜ୍ଞାନ ସଂଯୋଜକ ଭାର୍ଗବ ଚରଣ ନାୟକ, ଭେଡେନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବନମାଳୀ ଦାଶ, ଭେଡେନ ବ୍ଲକ ର ଜିଲ୍ଳାପରିଷଦ ସଭ୍ୟ/ସଭ୍ଯା ସତ୍ୟଜିତ ପୁରୋହିତ, ପଦ୍ମିନୀ ଗଡତିଆ, ପିଙ୍କି ବଢେଇ, ଚିଚିଂଡା ସରପଞ୍ଚ ସିମା ମେହେର, ସମିତି ସଭ୍ୟା ଜ୍ୟୋତିର୍ମୟୀ ସାହୁ। ଭେଡେନ ବ୍ଲକ ବିଜ୍ଞାନ ସଂଯୋଜକ ତଥା ଝରାପାଲି ଉଚ୍ଚ ବିଦ୍ୟାଳୟ ଶିକ୍ଷକ ସଂଜୀବ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଯୋଜନା କରିଥିଲେ ଗୋବିନ୍ଦ ସେଠ। ଏହି ବିଜ୍ଞାନ ମେଳା ରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୧୦୦ ଟି ପ୍ରକଳ୍ପ ଓ ଉଚ୍ଚ ବିଦ୍ୟାଳୟ ର ୨୩ ଟି ପ୍ରକଳ୍ପ ପ୍ରଦର୍ଶନ ହୋଇ ଥିଲା। ଏଥିରେ ବିଚାରକ ଭାବେ ଟୁନା କରନ, ଅଶୋକ କୁମାର ପଣ୍ଡା, ସତ୍ୟ ନାରାୟଣ ମିଶ୍ର ଓ ମନୋଜ କୁମାର ବଢେଇ ଯୋଗ ଦେଇଥିଲେ। ସ୍ଵୟଂପ୍ରଭା ହୋତା, ଶିତଲ ବେହେରା, ଇସମିତ ବିଶି ସିନିୟର୍ ବିଭାଗ, ୟାଶ ପ୍ରଧାନ, ସାହିଲ ରଥ, ଆୟୁଷ୍ମାନ ମାଝୀୀଙ୍କ ପ୍ରକଳ୍ପ ଗୁଡ଼ିକ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିବା ପାଇଁ ଚିହ୍ନଟ କରାଯାଇଥିଲା।ଏଥିରେ ପ୍ରାଥମିକ ବିଦ୍ୟାଳୟ କୁନିକୁନି ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।
ଉଦଯାପନୀ ଉତ୍ସବରେ ସଭାପତିତ୍ବ କରିଥିଲେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ।ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଚପ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଝରାପାଲି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସଂଜୀବ କୁମାର ପ୍ରଧାନ, ବନମାଳୀ ଦାଶ, ଆନନ୍ଦ ଚନ୍ଦ୍ର ସାହୁ, ସ୍ତାନୀୟ ସରପଞ୍ଚ ଓ ସମିତି ସଭ୍ୟା ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା କୁ ପରିଚାଳନା କରିଥିଲେ, ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ପର୍ଶୁରାମ ପାତ୍ର ଓ ଗୁରୁଦେବ ତ୍ରିପାଠୀ। ଏଥିରେ ବ୍ଲକ ର ଏବିଓ, ସି, ଆର, ସି, ସି, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ବନମାଳୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,1/4/2022---6,15 Sakhigopal News,1/4/2022