ଅଳଗୁମ ପ୍ରିମିୟର ଲିଗ ସିଜନ-୨ କ୍ରିକେଟ ମ୍ୟାଚ ଉଦଘାଟିତ;ଉଦଘାଟନୀ ମ୍ୟାଚରେ ସାଇ -୧୧ ବିଜୟୀ
Algum Premier League Season 2 cricket match opens; Sai-11 wins in opening match
ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଡିଆରେ ଅଳଗୁମ ପିୟମିୟର ଲିଗ ସିଜିନ-୨ କ୍ରିକେଟ ମ୍ୟାଚ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ମା ଜାଗେଶ୍ୱରୀ ସୁରାଲାଗି ବରଗଛ କ୍ରିକେଟ କ୍ଳବର ସଭାପତି ଚିନ୍ମୟ କୁମାର ଜେନା , ସମ୍ପାଦକ ଅନିଲ କୁମାର ବରାଳ , ଯୁବ ସଂଗଠକ ବିକ୍ରମ ପ୍ରଧାନ, କୁନିଲ ବରାଳ, ଗଣେଷ ବରାଳ, ସନ୍ତୋଷ ପ୍ରଧାନ, କାଶିନାଥ ସେଠି ଓ ବିଶ୍ୱନାଥ ସାରେ ଖେଳାଳୀ ମାନଙ୍କ ସହିତ ହାତ ମିଳାଇ ମ୍ୟାଚକୁ ଉଦଘାଟନ କରିଥିଲେ । ଏଥିରେ ୭ଟି ଦଳ ଅଂଶ ଗ୍ରହଣ କରିବେ । ଉଦଘାଟନୀ ମ୍ୟାଚରେ ସାକ୍ଷୀଗୋପାଳର ସାଇ-୧୧ କ୍ରିକେଟ ଦଳ ଓ ଚଉଦଗୁଣ୍ଠର ବ୍ଳାକ ଟାଇଗର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ବ୍ଳାକ ଟାଇଗର ଦଳ ପ୍ରଥମେ ଫିଲିଡିଙ୍ଗ କରିଥିଲେ । ସାଇ-୧୧ ଦଳ ୧୨ ଓଭର ଖେଳି ୬ ଉଇକେଟ ହରାଇ ୧୦୦ରନ କରିବାରେ ସକ୍ଷମ ହୋଇଥିଲେ । ଜବାବରେ ବ୍ଳାକ ଟାଇଗର ଦଳ ୧୨ ଓଭରରେ ୮ ଉଇକେଟ ହରାଇ ୮୫ ରନ କରିଥିଲେ । ୧୫ରନରେ ସାଇ-୧୧ଦଳ ବିଜୟୀ ହୋଇଥିଲେ । ମ୍ୟାଚ ପରିଚାଳନା କରିଥିଲେ ମାନସ କୁମାର ଜେନା ଓ ପୂର୍ଣ୍ଣଚନ୍ଦ୍ର ବାରିକ । ସ୍କୋରରଥିଲେ ସନ୍ତୋଷ ମହାରଣା ଖେଳ ବିବିରଣୀ ପ୍ରଦାନ କରିଥିଲେ ବିଶ୍ୱନାଥ ପ୍ରଧାନ । ବପ୍ଳବ ବରାଳ, କାହ୍ନୁ ବରାଳ, ସରୋଜ ବରାଳ,ଭକତ କୁମାର ସେଠୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୩/୨୦୨୨---୭,୫୫ Sakhigopal News, 25/4/2022