ସତ୍ୟବାଦୀ ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର
Satyavadi Block Level Public Hearing Camp.
ସାକ୍ଷୀଗୋପାଳ-----ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ସମ୍ବନ୍ଦୀୟ୨୦୨୧-୨୦୨୨ ଆର୍ଥିକ ବର୍ଷର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତିସଭା ଗୃହ ପରିସରରେ ଅନୁଷ୍ଠିତ ଶିବିରରେ ପୁରୀ ଏଡିଏମ ସୁବାଷ ଚନ୍ଦ୍ର ନାଥ ଶର୍ମା , ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷା ନିବେଦିତା ପାତ୍ର, ବିଡିଓ କ୍ଷୀରୋଦ କୁମାର ବେହେରା, ଆସିଷ୍ଟାଣ୍ଡ ଏକୁଜ୍ୟଟିଭ ଇଞ୍ଜିନିୟର ଅମିତ କୁମାର ଗଜେନ୍ଦ୍ର, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ଏନଆରଜିଏସର ଅତିରିକ୍ତ ପ୍ରୋଗ୍ରାମ ଅଫିସର ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଜନଶୁଣାଣୀରେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟସଭ୍ୟ ଓ ତିନୋଟି ଜିଲ୍ଲାପରିଷଦ ଯୋନର ସଭ୍ୟସଭ୍ୟା ମାନେ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ନ ହେବା ଆଗରୁ ପ୍ରାରମ୍ଭରୁ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ ଓ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା ପାନୀୟ ଜଳ ସମସ୍ୟା ସମ୍ପର୍କେ ପ୍ରଶ୍ନ ଉଠାଇଥିଲେ । ପରେ ପରେ ବ୍ଳକ ସୋସିଆଲ ଅଡିଟର ପ୍ରକାଶ ଚନ୍ଦ୍ର ଜେନା ଜନଶୁଣଣୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ସାରଙ୍ଗଯୋଡି, କାଦୁଆ, ରାୟଖଣ୍ଡୀ ଆଦି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ପାଇଲି ମିଳୁନଥିବା ବେଳେ କେତକ ମନରୋଗା ଯୋଜନାରେ କାର୍ଯ୍ୟ ରେ ବହୁ ହେରଫେର ହୋଇଥିବା ସମ୍ପର୍କେ ଆଲେଚନା କରାଯାଇଥିଲା ।ସାରଙ୍ଗଯୋଡି ଗ୍ରାମରେ କିଛି ଲୋକଙ୍କ ଆକଉଣ୍ଟକୁ ଟଙ୍କା ଯାଇଛି ମାତ୍ର କାମ ହୋଇନାହିଁ । ସେହିପରି ଯେଉଁ ଲୋକମାନଙ୍କ ଆକଉଣ୍ଟକୁ ଯାଇଛି ସେମାନେ କେବେ ବି କାମ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ବିଆରପି ମାନେ ଅଭିଯୋଗ ଆଣିଥିଲେ । ବିଶେଷ କରି ଶୁକଳ ଗ୍ରାମ ପଞ୍ଚାୟତରେ ୯ଜଣଙ୍କୁ ମନେରୋଗା ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି ମାତ୍ର ସେମାନେ କେହି କାମ ଆରମ୍ଭ କରିନାହାନ୍ତି । ସେହିପରି ଜଣେ ହିତାଧିକାରୀଙ୍କ ଅର୍ଥ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଯାଇଥିବା ନର୍ଜରକୁ ଆଣିଥିଲେ ଶୁକଳ ବିଆରପି । ଏହାକୁ ନେଇ ଏଡିଏମ ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଲେଚନାରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ହସ୍ତକ୍ଷେପ କରି ସାତଦିନ ମଧ୍ୟରେ ଘର କାମ ହିତାଧିକାରୀ ମାନେ କରିବେ ସେ ଦାୟତ୍ୱ ଜିଆରଏସଙ୍କୁ ଦେବା ସହ ଯେଉଁ ଅଧିକାରୀ ମାନେ ଏହି ଜନଶୁଣାଣୀରେ ଯୋଗ ଦେଇନାହାନ୍ତି ସେମାନଙ୍କ ବିରୁଧରେ ଏଣିକି ଦୃଖ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ସ୍ୱାଗତ କରିଥିଲେ । ସେହିପରି ମରିଯାଇଥିବା ବ୍ୟକ୍ତି ଓ ବହା ହୋଇ ପଳାଇଥିବା ଝିଅ ମାନେ ଏବେ ବି ରାଶନ ସାମଗ୍ରୀ ପାଉଛନ୍ତି ବୋଲି ଅଭିଯୋଗ ଆସିଥିଲା । ବ୍ଳକ ଯୋଗାଣ ଅଧିକାରିଣୀ ଜୟନ୍ତୀ ହରିଚନ୍ଦନ କହିଥିଲେ ଯେ ଆମ ପାଖକୁ ଯେଉଁ ରିର୍ପୋଟ ଆସୁଛି ଆମେ ତୁରନ୍ତ ରାଶନ ସମାଗ୍ରୀ କାଟ କରୁଛୁ । ସେହିପରି ମୂଳଅଳସା ସରପଞ୍ଚ ଦେବୀ ପ୍ରସାଦ ଘଟୁଆରୀ ଅଭିଯୋଗ ଆଣିଥିଲେ ଯେ ଏମାସରେ ଯିଏ ରାଶନ ସମାଗ୍ରୀ ନେଇଛି ତା ପର ମାସରେ ତାର କଟି ଯାଉଛି କିପରି । ଏହାକୁ ଉପସ୍ଥିତ ଥିବା ଜନପ୍ରତିନିଧି ମାନେ ସ୍ୱାଗତ କରିଥିଲେ । ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ହସ୍ତକ୍ଷେପ କରି ପ୍ରତିମାସରେ ବାହା ଓ ମୃତ୍ୟୁ ବରଣ କରୁଥବା ବ୍ୟକ୍ତି ମାନଙ୍କର ଏକ ତାଲିକା ସିଡିପିଓଙ୍କ ମାଧ୍ୟମରେ ବ୍ଳକ ବିଡିଓଙ୍କ ପାଖୁ ଆସୁ ବୋଲି ପ୍ରସ୍ତାବ ଦେଇଥିଲେ । ଶେଷରେ ବ୍ଳକ ଉପାଧ୍ୟକ୍ଷା ନିବେଦିତା ପାତ୍ର ଧନ୍ୟବାଦ ଦେଇଥିଲେ । ବ୍ଳକ ବିଡିଓ ଶ୍ରୀ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୩/୨୦୨୨---୫,୪୫ Sakhigopal News, 28/3/2022