ବରାଳ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଚୋର ଥାନାରେ ଅଭିଯୋଗ
Baral Balunkeshwar Dev's temple was broken into and his money was looted
ସାକ୍ଷୀଗୋପାଳ ---- ଏବେ ଚୋର ମାନଙ୍କର ନଜର ପଡିଛି ମଠ ମନ୍ଦିର ମାନଙ୍କ ଉପରେ । ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ଗ୍ରାମରେ ଥିବା ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଥିବା ହୁଣ୍ଡି ବାକ୍ସକୁ କେହି ଦୁବୁର୍ତ୍ତ ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଛି । ମନ୍ଦିର ଦ୍ୱାର ଚାବି ପଡିଥିବା ବେଳେ ପାଚେରି ଡେଇଁ ଲୁଟେରା ମାନେ ହୁଣ୍ଡି ବାକ୍ସ ଭାଙ୍ଗିବା ସହ ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଗୁଡିକ ନେଇଯାଇଥିବା ବେଳେ କେବଳ ରେଜା ପଇସା ବା କଏନ ଲୁଟେରା ଛାଡି ଦେଇ ପଳାଇଛି ବୋଲି ଜଣାପଡିଛି । ଯାହା ଫଳରେକି ମନ୍ଦିର ସକାଳେ ଖୋଲିବା ପରେ ସେବାୟତ ମାନେ ନିଜ ନିଜ କାର୍ଯ୍ୟରେ ଲାଗିପଡିଥିଲେ । କାହାରି ହୁଣ୍ଡି ଉପରେ ନଜର ନଥିଲା । ମାତ୍ର ଆଜି ହୁଣ୍ଡି ଖୋଲିବାକୁ ଯିବା ସମୟରେ ହୁଣ୍ଡିର ତଳପଟ କବାଟ ଭାଙ୍ଗି ଯାଇଛି । ଯାହାକି ଆଜି ଚୋରି ହୋଇଛି କି ଆଗରୁ ମୁଷା ଧାନ ଖାଇବା ପରି ହୁଣ୍ଡିରେ ଭକ୍ତ ମାନେ ପକାଉଥିବା ଟଙ୍କା ଚୋରି ହେଉଥିଲା ତାହା କେହି ସଠିକ କହି ପାରିନଥିଲେ । ହୁଣ୍ଡି ଲୁଟ ହୋଇଥିବା ନେଇ ଜଣାପଡିଥିଲା ।ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଅନୁସନ୍ଦାନ ଜାରି ରଖିଛନ୍ତି । ହୁଣ୍ଡିରୁ ୧୦ ହଜାର ଟଙ୍କା ବାହାରିଥିବା ସତ୍ୟବାଦୀ ଥାନା ଆଇଆଇସି ଶ୍ରୀ ଧଳଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୩/୨୦୨୨---୬,୪୫ Sakhigopal News, 22/3/2022