Breaking News

ଜିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଫ୍ରେଣ୍ଡସ୍ କ୍ଲବ ଚାମ୍ପିୟାନ

GPL Cricket Tournament Celebrated, Friends Club Champions


ଡେଲାଙ୍ଗ--ଘନିପୁର ପଞ୍ଚାୟତ ପଥରପଦା ସାହି ଖେଳପଡ଼ିଆରେ  ଜିପିଏଲ(ଘୋରଡ଼ିଆ ପ୍ରିମିୟର ଲିଗ ସିଜିନ-୩)କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଉଦଯାପିତ ହୋଇଯାଇଛି। ତାଜ କ୍ରିକେଟ ଆସୋସିଏସନ,ଘୋରଡ଼ିଆ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଲିଗ ମ୍ୟାଚରେ ୮ ଟି ଟିମ ଯୋଗଦେଇଥିଲେ । ରବିବାର ଦିନ ଫ୍ରେଣ୍ଡସ କ୍ଲବ ଓ ବ୍ରଦର୍ସ ଇଲେଭେନ ମଧ୍ୟରେ  ଫାଇନାଲ  ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫେଣ୍ଡସ କ୍ଲବ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୬ ଓଭରରେ ୭ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରିଥିଲା।ଜବାବରେ ବ୍ରଦର୍ସ ଇଲେଭେନ ନିର୍ଦ୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୦୦ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଫେଣ୍ଡସ କ୍ଲବ କ୍ରିକେଟ ଟିମକୁ ଚମ୍ପିୟାନ ଘୋଷଣା କରାଯାଇଥିଲା।ରାଧାନାଥଙ୍କୁ ମ୍ୟାନ୍ ଅଫ ଦି ସିରିଜ ଏବଂ ବଗୁଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।ଅମୂଲ୍ୟ ଓ ଗଣେଶ ରେଫରି ଦାୟିତ୍ୱ ନିର୍ବାହ କରିଥିଲେ।ଅପରାହ୍ନରେ ଅବଦୁଲ ଅଜିତ ଖାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ,ମୁଖ୍ୟ ବକ୍ତାଭାବେ କଣ୍ଟାବାଞ୍ଝିର ପୂର୍ବତନ ବିଧାୟକ ଜବାହାର ମହମ୍ମଦ ଆୟୁବ ଖାଁ,ସମ୍ମାନୀୟ ଅତିଥି ଭାବେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ,ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ,ସ୍ୱାଧୀନ ସେବା ସଂସ୍ଥାନ ପ୍ରତିଷ୍ଠାତା ତଥା ସମାଜସେବୀ ଶଶୀ ଶେଖର ରାୟ,ରମେଶ ଚନ୍ଦ୍ର ପାଟ୍ଟଶାଣୀ,ଘୋରଡ଼ିଆ ବ୍ୟବସାୟୀ ସଂଘ ଉପଦେଷ୍ଟା ପ୍ରହଲ୍ଲାଦ ବଳିୟାରସିଂହ,ସାଉରିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ରବୀନ୍ଦ୍ର ଦାସ,ଘନିପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର,ସମିତି ସଭ୍ୟା ପ୍ରତିନିଧି ରାଜକିଶୋର ବେହେରା,ସାଉରିଆ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଦୁଃଶାସନ ବେହେରା, ସମିତି ସଭ୍ୟା ପ୍ରତିନିଧି ମହନ୍ତ ମଙ୍ଗରାଜ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଟିମ ଏବଂ ରନର୍ସ ଅପ ଟିମକୁ କପ୍ ଓ ଉପହାର ଦେଇ ପୁରସ୍କୃତ କରିଥିଲେ।ଅଜିତ,ଉଜିର,ଲାଲୁ ଓ ମିର୍ ସଲିମଙ୍କ ସମେତ ତାଜ କ୍ରିକେଟ ଆସୋସିଏସନର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲ । ଯୁବ କ୍ରୀଡ଼ାପ୍ରେମୀ ଉଜିର ମହମ୍ମଦ ଅତିଥି ପରିଚୟ, କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ୱ ନିର୍ବାହ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୨୭/୩/୨୦୨୨--୧୦, ୨୦ Sakhigopal News ,20/3/2022

Blog Archive

Popular Posts