Breaking News

ବାଉଁଶ ଅମଳ ପରିଚାଳନା ପଦ୍ଧତି ପାଇଁ ତାଲିମ ଶିବିର

Training camp for bamboo harvesting methods.
  ଭଞ୍ଜନଗର --ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଢଲେପିଠା କାର୍ଯ୍ୟଳୟ ପରିସରେ ବୁଧବାର ବାଉଁଶ ଅମଳ ପରିଚାଳନା ପଦ୍ଧତି ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କ ନିର୍ଦ୍ଦେଶ କ୍ରମେ ଗାଲେରୀ ବନାଞ୍ଚଳ ଅଧିକାରୀ ଶିବରାମ ନାୟକ, ବନପାଳ ବବୁଲୁ କୁମାର ସେଠୀଙ୍କ ସହଯୋଗରେ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି । ଉକ୍ତ ତାଲିମ ଶିବିରରେ ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ,ସହକାରୀ ବନ ସଂରକ୍ଷକ ଅଧିକାରୀ ମାଢି ମୋତିଲାଲ,ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ,ଅବସରପ୍ରାପ୍ତ ବନପାଳ ସୁରେଶ ସ୍ବାଇଁ,ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାଶ ଓ ତାରସିଂ ବନାଞ୍ଚଳ ଅଧିକାରୀ ତାରାକାନ୍ତ ଉଦୃାତା ମଞ୍ଚାସୀନ  ରହିଥିବା ବେଳେ ଗାଲେରୀ ବନାଞ୍ଚଳ ଅଧିନରେ ଥିବା ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା ଓ ୫ଟି  ବନାଞ୍ଚଳ ବନପାଳ ବନରକ୍ଷୀ  ଓ ସ୍ବାର୍ଡ କର୍ମଚାରୀମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମର ମୂଳଉଦେଶ୍ୟ ବାଉଁଶ ଜଙ୍ଗଲର ପ୍ରକାର ଭେଦ ଓ ଗ୍ରାମ୍ୟ ଜୀବନରେ ବାଭଁଶର ଉପାଦେୟତା, ବାଉଁଶ ଅମଳ କରିବାର ସରଳୀକରଣ, ବାଉଁଶ ଅମଳରେ ବନସୁରକ୍ଷା ସମିତିମାନଙ୍କ ଭୂମିକା ଓ ବନାଗ୍ନି ପ୍ରଶମନ ରେ ବନ ସୁରକ୍ଷା ସମିତିମାନଙ୍କର ଭୂମିକା ଉପରେ ଉପସ୍ଥିତ ଥିବା ବନ ସୁରକ୍ଷା ସମିତି ,ବନପାଳ ମାନଙ୍କୁ ମଞ୍ଚାସୀନ ଥିବା ଅତିଥିମାନେ ବୁଝାଇଥିଲେ ।ବତ୍ତମାନ ସମୟରେ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ତାହାରି ଉପରେ ନଜର ରଖିବାକୁ ମଧ୍ୟ ଅତିଥିମାନେ ଉପସ୍ଥିତ ଥିବା ବନପାଳ ଓ ସଭ୍ୟସଭ୍ୟାମାନଙ୍କୁ ବୁଝାଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୩/୨୦୨୨---୧୧,୫୦ Sakhigopal News,23/3/2022

Blog Archive

Popular Posts