Breaking News

ଜମିଲା ହରିରାଜପୁର ପଞ୍ଛୁଦୋଳ ମେଳଣ ; ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଆତସବାଜି ପ୍ରଦର୍ଶନ

Jamila Harirajpur Panchudol Mela; Cultural events Friendly fireworks display

 

ଡେଲାଙ୍ଗ ------- ମହାମାରୀ କରୋନା ଯୋଗୁ ଦୁଇ ବର୍ଷ ଧରି ମେଳଣ ପୁରାପୁରି ଫିକା ପଡିଯାଇଥିଲା ।ରାଜ୍ୟ ସରକାରଙ୍କ କୋଭିଡ ଆଇନ ଅନୁଯାୟୀ କେବଳ ଠାକୁରଙ୍କ ନୀତି କାନ୍ତି କରାଯାଇଥିଲା । ଭକ୍ତ ଓ ଠାକୁର ଦୁଇ ବର୍ଷ ଧରି ଦୁରୋଇ ରହିଥିଲେ । ଏ ବର୍ଷ କୋଭିଡ କଟକଣା ସରକାର କୋହଳ କରି ଦେଇଥିବାରୁ ହରିରାଜପୁର ମେଳଣରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି ।  ପୁରୀ ଜିଲାର ଡେଲାଙ୍ଗ ବ୍ଳକର ହରିରାଜପୁର ବାଣ ଓ ଦୋଳ ମେଳଣ ପାଇଁ ଖ୍ୟାତି ଅର୍ଜନ କରିଛି । କଥାରେ ଅଛି ରୂପଦେଇପୁର ନାଗା, ଘୋରଡିଆ ତଗା, ବଳଙ୍ଗା ଦୋଳ ଓ ହରିରାଜପୁର ବାଣ ପ୍ରାଇଁ ପ୍ରସିଦ୍ଦ । ଓଡିଶା ପ୍ରସିଦ୍ଦ ହରିରାଜପୁର ପଞ୍ଚୁଦୋଳ ମେଳଣ ବୁଧବାର  ରାତ୍ରିରୁ ଆରମ୍ଭ ହୋଇଛି । ଏହି ମେଳଣ ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ । ମେଳଣର ସ୍ଥାନାଧିପତି ପ୍ରଭୁ ପଶ୍ଚମିାଶମ୍ଭୁ ସେମାନାଥ ଦେବ, ପ୍ରଭୁ ଗୋପାଳଜୀଉ ଓ ବାଳମୁକୁନ୍ଦଦେବଙ୍କ ସହ ମିଶି ଏକ ସୁସଜ୍ଜିତ ବିମାନରେ ଏକ ବିରାଟ ବର୍ଣ୍ଣାଢ଼୍ୟ ଶୋଭଯାତ୍ରାରେ ମେଳଣ ପଡିଆକୁ ଯାତ୍ରା କରିଥିଲେ । ହରିରାଜପୁର ପାଖ ଗ୍ରାମର ବୁଢାପଦାର ସୋମନାଥଦେବ, ଛଣଘରର ଗତିଶ୍ୱେରଦେବ, କନ୍ତିଆ ଗ୍ରାମର ବାଲୁଙ୍କେଶ୍ୱରଦେବ ଓ ଟାଙ୍ଗିଭଁସର ଗ୍ରାମର ନୀଳକଣ୍ଠେଶ୍ୱର ଦେବଏହି ମେଳଣରେ ଅଂଶଗ୍ରହଣ କରିଥାନ୍ତି ।  ମେଳଣର ମୁଖ୍ୟ ଆର୍କଷଣ ହୋଉଛି ଗୋପାଳଜୀଉ ଓ ବାଳମୁକୁନ୍ଦଦେବ, ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସୁସଜ୍ଜିତ ବିମାନ ସହିତ ସଲଟନ ଓ ଆତସବାଜି ପ୍ରଦର୍ଶନ । ମେଳଣ ପଡିଆ ଭିତରେ ମେଳଣ ପରିଚାଳନା ପରିଷଦ , ଉତ୍କଳ ଗୌରବ ଯୁବ ସଂଗଠନ, ପଶ୍ଚିମାଶମ୍ଭୁ ଯୁବ ସଂଗଠନ, ସୋମନାଥ ଦେବ ୟୁଥକ୍ଳବ, ପଶ୍ଚିମାଶମ୍ଭୁ ପଞ୍ଚୁଦୋଳ କ୍ଳବ, ସୋମନାଥ ଦେବ ଦୋଳ ନିର୍ମାଣ ଓ କୁଞ୍ଜ ନିର୍ମାଣ ସମିତି, ଗଜପତି ବାସନ୍ତୀ କ୍ଳବ ଓ ହରିରାଜପୁର ଗ୍ରାମ ବାସୀଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମେଳଣ ପଡିଆକୁ  ରଙ୍ଗବେରଙ୍ଗର ଆଲେକମାଳା ଓ ଚିତାକର୍ଷକ ଆତସବାଜି ପ୍ରଦର୍ଶନରେ ମେଳଣ ପଡିଆ ଝଲସି ଉଠିଥିଲା । ପଡିଆରେ ଏବର୍ଷ ଛୋଟ ବଡ ପ୍ରାୟ ୧୧୦୦ ଟି ଉଠାଦେକାନୀ ପସରା ଖୋଲିଥିଲା । ମେଳଣ ପଡିଆ ମଧ୍ୟରେ ଓରମାସ ପକ୍ଷରୁ ପଲ୍ଳୀଶ୍ରିୀରେ  ଡେଲାଙ୍ଗ ମିଶନଶକ୍ତି ମହିଳା ମହାସଂଘ  ସହ ବିଭିନ୍ନ ମହିଳା ସଂଘପକ୍ଷରୁ ଷ୍ଟଲ ଖୋଲାଯାଇଛି । ମେଳଣକୁ ଆସୁଥିବା ଲକ୍ଷାଧିକ ଲୋକଙ୍କ ସୁବିଧା ନିମନ୍ତେ ଅଗ୍ନିଶମ ସେବା, ପାନୀୟ ଜଳଯୋଗାଣ ବ୍ୟବସ୍ଥା , ସୂଚନା କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟସେବା ସହିତ ଜରୁରୀକାଳୀନ ପାଇଁ ୧୦୮ ଆମ୍ବୁଲାନ୍‌ସର ସୁବିଧା କରାଯାଇଛି । ମେଳଣରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କେତକ ଯୁବକ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏବଂ ଅସମାଜିକ ଯୁବକ ମାନଙ୍କ ପ୍ରତି ନର୍ଜର ରଖିବା ସହ ଅସୁବିଧା କିମ୍ବା ହଜିଯାଉଥିବା ବ୍ୟକ୍ତି ମାନଙ୍କୁ ଉଧାର କରିବା ପାଇଁ କମିଟି ସଂପୁର୍ଣ୍ଣ ଭାବରେ ପ୍ରଶାସନକୁ ସହଯୋଗ କରିଥିଲା । ମେଳଣରେ ବିଭିନ୍ନ ଜିଲାରୁ ପ୍ରାୟ ୫ରୁ ୭ ଲକ୍ଷ ଶ୍ରଦ୍ଦାଳୁଙ୍କ ଭଡ ପରିଲକ୍ଷିତ ହେବାକୁ ଲକ୍ଷ୍ୟ କରି ପୁରୀ ଏସପିଙ୍କ ନିର୍ଦ୍ଦେଶରେ  ପିପିଲି ଏସଡିପିଓ ଦେବଦତ୍ତ ବରାଳ  ଡେଲାଙ୍ଗ ଥାନା ଆଇଆଇସ ଅନିଲ କୁମାର ମହାନ୍ତିି  ଙ୍କ ସହିତ ୨୦ ପୁଲିସ ଅଧିକାରୀ ଓ ୨ପ୍ଳାଟୁନ ପୋଲିସ  ଫୋର୍ସ ୬୦ ଜଣ ହେମଗାର୍ଡ ସହିତ ୨୦ ଜଣ କନେଷ୍ଟବଳ ମୁତୟନ କରାଯାଇଛି ବୋଲି ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।      ଡେଲାଙ୍ଗ ତହସିଲଦାର ନିବେଦିତା ପରିଡା, ଡେଲାଙ୍ଗ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ  ଓ ଡେଲାଙ୍ଗର ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ  ମାଜିଷ୍ଠ୍ରେଟ ଭାବେଦାୟତ୍ୱ ତୁଲାଇଛନ୍ତି । 

 ସେହିପରି ଏହି ମେଳଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗ୍ରାମର ଓଡିଆ ଅନୁଷ୍ଠାନ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ହରିରାଜପୁର ୯ତମ ମହେତ୍ସବ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା  ବାସନ୍ତୀ ସାହୁ ଓ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ,  ଜିଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ  , ସ୍ଥାନୀୟ ସରପଞ୍ଚ ରୀନାରାଣି ରାଉତରାୟ ପ୍ରମୁଖ  ଓଡିଆ ଅନୁଷ୍ଠାନର ସଭାପତି ତାପସ ( ପପୁ) ରଂଜନ ମହାରଥୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମକୁ କ୍ଷୀତିଶ ଦାଶ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୩/୩/୨୦୨୨----୮,୫୦   Sakhigopal News, 23/3/2022

 


Blog Archive

Popular Posts