Breaking News

ଲକ୍ଷାଧିକ ଲୋକ ସାଗରସ୍ନାନ ଓ ବାରୁଣିବୁଡ ପକାଇଲେ

Millions of people took baths and drowned.


ସାକ୍ଷୀଗୋପାଳ ---- ପୁଣ୍ୟତ୍ୟୋୟା  ଭାର୍ଗବୀ ନଦୀର ଉଭୟପାଶ୍ୱର୍ରେ ବାରୁଣିପୁଡ ବା ସାଗରସ୍ନାନ  ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କରୋନା ପାଇଁ ଦୁଇବର୍ଷ ହେଲା ସାଗରସ୍ନାନ ଯାତ୍ରା ଫିକା ପଡିଯାଇଥିଲା ।ଏ ବର୍ଷ କୋଭିଡ କଟକଣା ନ ଥିବାରୁ ଲକ୍ଷାଧିକ  ଶ୍ରଦ୍ଧାଳୁ ମାନେ ବୁଡ ପକାଇଛନ୍ତି । ନଦୀର ଉଭୟପାଶ୍ୱର୍ରେ ମାନସିକ ଧାରୀ ଓ ଶ୍ରଦ୍‌ଧାଳୁ ମାନେ ବୁଡ ପକାଇଥିବାର ଦେଖାଯାଇଥିଲା ।  ସୁଚନାଯୋଗ୍ୟ ଯେ  ଶ୍ରଦ୍ଧାଳୁ ମାନେ ବୁଡ ପକାଇବା ପରେ ଓଦା ଲୁଗାରେ ପିତୃ ପୁରୁଷଙ୍କ ଉଦ୍ଦ୍ୟେଶରେ ବାଲୁକା ପିଣ୍ଡ ଅର୍ପଣ କରିଥାଆନ୍ତି  । ବଳପୁର ଗ୍ରାମରେ ପୂଜିତ ବାଲୁଙ୍କେଶ୍ୱର ଦେବଙ୍କର ପ୍ରତିଦିନ ନୀତିକାନ୍ତି ସରିବା ପରେ ବରାଳ ଗ୍ରାମର ବାଲୁଙ୍କେଶ୍ୱରଙ୍କୁ ଆଣିବା ପାଇଁ ନିମନ୍ତ୍ରଣ କରି ସାଙ୍ଗରେ , ଘଣ୍ଟ, ଘଣ୍ଟା, କାହାଳୀ, ତୁରୀ ଛତୀ, ତ୍ରାସ, ବୈରଖ, ମଶାଲ, ବାଜା ବାଜି  ବାରୁଣି ସ୍ନାନ ଅଭିମୁଖେ ଅପରାହ୍ନରେ ଆସିଥିଲେ । ଆସିବା ବାଟରେ ବିଭିନ୍ନ ସ୍ଥାନରେ ଭୋଗ ଖାଇ ନଦୀକୂଳ ସ୍ଥିତ ତୀର୍ଥ ମଣ୍ଡପରେ ବିଜେ କରିଥିଲେ । ସେହିପରି ନଦୀର ଅପରପାଶ୍ୱର୍ରେ ସୁଆଣ୍ଡୋର ଲୋକେଶ୍ୱର ଓ ବିଦ୍ୟାଧରପୁରର କୁଣ୍ଡେଳେଶ୍ୱର ମହାଦେବ ସୁ ସଜିତ ବିମାନ ପଟୁଆରରେ ଗ୍ରାମରୁ ବାହାରି ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ । ଚତୁଶ୍ୱମ୍ଭୁଙ୍କୁ ତୀର୍ଥର ଉଭୟପାଶ୍ୱର୍ରେ ଏକ ସଙ୍ଗେ ସେବାୟତ ମାନେ ଅଭିମନ୍ତ୍ରିତ ତୀର୍ଥ ଜଳରେ ସ୍ନାନ , ପୂଜା, ଅଳତୀ କରିବା ପରେ ଉପସ୍ଥିତ   ଭକ୍ତ ବୁଡ ପକାଇଥିଲେ  । ମାନସିକ ଭୋଗ ଓ ଗ୍ରାମ କୋଠ ଭୋଗ ଠାକୁରଙ୍କ ପାଖରେ କରାଯାଇଥିଲା ।  ଅନ୍ୟ ପକ୍ଷେ ମନ୍ଦିର ଟ୍ରଷ୍ଟବୋର୍ଡର କର୍ମକତ୍ତର୍ତା ମାନେ ଠାକୁରଙ୍କ ନୀତିକାନ୍ତି ପରିଚାଳନାରେ ସହଯୋଗ  କରିଥିଲେ ।  ମେଳଣ ପଡିଆରେ ବିଭିନ୍ନ ଘର ଉପକରଣ , ମନୋହରୀ , ଜଳଖିଆ, ପାଷ୍ଟଫୁଡ ଚାଟ, ଆଇସିକ୍ରମି, ଗୁପୁଚୁପ, ମିନାବଜାର ଆଦି ବିଭିନ୍ନ ବ୍ୟବସାୟୀ ମାନେ ସେମାନଙ୍କ ପସରା ଖେଳିଥିଲେ ।ପରେ ଠାକୁର ତୀର୍ଥ ମଣ୍ଡପରୁ ବିଦାୟ ନେଇ ଗ୍ରାମରେ ଦୁଆରୀ ଭୋଗ କରାଯାଇଥିଲା ।  ସକାଳେ ଠାକୁର ବରାଳ ଗ୍ରାମ ମୁଣ୍ଡରେ ଥିବା ବିଭୁତି ବାଟିକାରେ  ରହିଥିଲେ ।  ମେଳଣ ପଡିଆରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷା ନିବେଦିତା ପାତ୍ର, ସ୍ଥାନୀୟ ବଳପୁର ସରପଞ୍ଚ ବିୟଙ୍କା ପଣ୍ଡାଙ୍କ ସହିତ ବିଭିନ୍ନ ଜନପ୍ରତିନିଧି, ଅତିରିକ୍ତ ତହସିଲଦାର ସନ୍ତୋଷ ପ୍ରାଣି ଗ୍ରାହୀ ,  ବିଡିଓ କ୍ଷୀରୋଦ କୁମାର ବେହେରା, ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ଫୋସ ସହ ସେଠାରେ ଉପସ୍ଥିତ ରହିଥିଲେ । ସେହିପରି ସତ୍ୟବାଦୀ ଅଗ୍ନିଶମ ଅଧିକାରୀ ମନୋଜ ପାତ୍ର ସଦଳବଳେ ନଦୀରେ ପ୍ରହରା ଦେଇଥିଲେ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୩/୨୦୨୨---୬,୧୦

   Sakhigopal News, 29/3/2022


Blog Archive

Popular Posts