Two tourists were injured when the car overturned
ସାକ୍ଷୀଗୋପାଳ------ ପୁରୀରୁ ଜଗନ୍ନାଥ ଦର୍ଶନ କରି ଛତିଶଗଡର ୧୫ ଜଣ ମହିଳା ପୁରଷ ପର୍ଯ୍ୟଟକ ଦୁଇଟି ଅଟୋ ଯୋଗେ ସାକ୍ଷୀଗୋପିନାଥଙ୍କୁ ପୂଜାପାଠ କରିବା ପାଇଁ ଆସୁଥିଲେ । ୩୧୬ନଂ ଜାତୀୟ ରାଜପଥର ବିରଗୋବନ୍ଦପୁର ଛକ ନିକଟରେ ଏକ ମଟର ସାଇକେଲକୁ ଧକ୍କା ଦେଇ ଏକ ଅଟୋ ଓଲଟି ପଡିଥିଲା । ଯାହାକି ଛତିଶଗଡର ଜାନଙ୍ଗିରି ଜିଲ୍ଲାର ଶ୍ୟାମ ସୁନ୍ଦର ସାହୁ(୫୫) ଓ ଦୁଶାମତି ସାହୁ(୭୦) ଗୁରୁତର ଆହତ ହୋଇ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ଖବର ପାଇ ସାକ୍ଷୀଗୋପାଳ ପୋଲିସ ଦୁର୍ଘଟଣା ଗସ୍ତ ଅଟୋଓ ମଟର ସାଇକେଲକୁ ଜବତ କରି ଥାନାକୁ ଆଣିଥିବା ଜଣାପଡିଛି । ଅଟୋନଂ- ଓଆର- ୧୩ ଜି---୩୧୮୫ ଓ ମଟର ସାଇକେଲ ନମ୍ବର ଓଆର- ୧୩ ସି- ୧୬୪୮ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୩/୨୦୨୨---୫-୪୦
Sakhigopal News, 28/3/2022