Breaking News

ଫ୍ଯାନରେ ରଶି ଲଗାଇ ଯୁବକଙ୍କର ଆତ୍ମହତ୍ୟା

Young man commits suicide by hanging himself from a fan.


ଜଟଣୀ ---ଜଟଣୀ ପୌରାଞ୍ଚଳର ୱାର୍ଡ ନଂ 14, ବାଛରା ପାଟଣା ଗ୍ରାମରେ  ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ ଆଜି ସକାଳୁ ତାଙ୍କ ପଡିଶା ଘରର ସମ୍ପର୍କୀୟ ନିକଟକୁ ଅରବିନ୍ଦ ନାୟକଙ୍କ ସ୍ତ୍ରୀ ମୋବାଇଲ ମାସେଜ ଦ୍ୱାରା ଜଣାଇଲେଯେ ଭାଇ ଆତ୍ମହତ୍ୟା କଥା ଜଣାଇଛନ୍ତି ଯାଇ ଟିକେ ଦେଖ । ପଡିସା ଯାଇ ଦେଖିଲା ବେଳକୁ ଅରବିନ୍ଦ ନାୟକ (48) ଯୁବକ ବେକରେ ଗାମୁଛା ବାନ୍ଧି  ପଙ୍ଖାରେ ଝୁଲୁଥୁବା  ଦେଖିଥିଲେ । ସଂଗେ ସଂଗେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ରିପୋର୍ଟ ଅନୁସାରେ ଶବକୁ ଉଦ୍ଧାରକରି ସରକାରୀ ଡାକ୍ତରଖାନାକୁ ପଠାଇଥିଲେ । ଶବକୁ ସେଠାରେ ସରଂକ୍ଷିତ ଅବସ୍ଥାରେ ରଖାଯାଇଛି । ସକାଳେ ନିଜର ସ୍ତ୍ରୀ ଏବଂ ଏକମାତ୍ର ପୁତ୍ର ପହଞ୍ଚିବା ପରେ ଶବକୁ ପୋଷ୍ଟମାର୍ଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଯିବ । ପୋଲିସ ଏହାର ତଦନ୍ତ ଜାରି ରଖିଛି ।ଏହା ଏକ ପାରିବାରିକ ତିକ୍ତତା ବୋଲି ସୂଚନା ମିଳିଛି । ସେ ଜଣେ ଜଟଣୀ ଭାରତୀୟ ଜନତା ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଥିଲେ । ପ୍ରକୁତରେ ସେ ଜଣେ ପରାଉପକାରୀ  ବ୍ୟକ୍ତି ଥିଲେ ବୋଲି ଶୁଣାଯାଏ । 
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୩/୨୦୨୨---୭, ୪୦   
Sakhigopal News,29/3/2022

Blog Archive

Popular Posts