Breaking News

ଥାନାଧିକାରୀ ଦେବ୍ କୁମାର ଙ୍କ ମୃତ୍ୟୁ ଘଟଣା .. ଗାଙ୍ଗପୁର ଥାନାକୁ ଆସିଥିଲେ , ସ୍ତ୍ରୀ କିରଣ ମହାନ୍ତି

Jageshwari Vidyapeeth 1981 batch of friends

ଭଞ୍ଜନଗର---ଗତ ୨୫ ତାରିଖ ରେ , ଗାଙ୍ଗପୁର ଥାନାଧିକାରୀ ଦେବ୍ କୁମାର ଗମାଙ୍ଗ ଙ୍କ ଗୁଳିଫୁଟି ମୃତ୍ୟୁ ହେବାପରେ ଘଟଣାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଜାରି ରହିଛି । ଘଟଣା ପରେ ତାଙ୍କ ସରକାରୀ ବାସଭବନରେ ରହୁଥିବା ବୃଦ୍ଧା ମା'ତାଙ୍କ ନିଜ ଗାଁ କୁ ଚାଲିଯାଇଛନ୍ତି । ରବିବାର ଅପରାହ୍ନରେ ଏଚଆରପିସି ର ଜଣେ ଅତିରିକ୍ତ ଏସପି , ଡିଏସପି , ଗାଙ୍ଗପୁର ଥାନା କୁ ଆସି ଘଟଣାର ତଦନ୍ତ କରି ଫେରି ଯାଇଛନ୍ତି । ଘଟଣାର ବାସ୍ତବତା ଓ ତଦନ୍ତ କୁ ଅପେକ୍ଷା କରାଯାଇଛି । ମୃତ୍ୟୁ ର କାରଣ ଓ ଘଟଣା କ୍ରମ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏହା ଭିତରେ ମୃତ ଥାନାଧିକାରୀ ଗମାଙ୍ଗ ଙ୍କ ସ୍ତ୍ରୀ କିରଣ ମହାନ୍ତି ଓ ମା' ମଙ୍ଗଳବାର ସଂଧ୍ୟାରେ ଗାଙ୍ଗପୁର ଥାନା କୁ ଆସିଥିଲେ । ମୃତ ଦେବ୍ କୁମାର ଙ୍କ ସରକାରୀ ବାସଭବନରେ ରହିଥିବା କିଛି ସାମଗ୍ରି ଓ ତାଙ୍କ କାର୍ଯ୍ୟାଳୟରେ ଥିବା କିଛି ବ୍ୟକ୍ତିଗତ ଜିନିଷ ନେଇଥିବା ଜଣାପଡିଛି । ଥାନା ପରିସରରେ ପ୍ରାୟ ୧ ଘଣ୍ଟା ରହିଥିଲେ । କିନ୍ତୁ ତାଙ୍କ ମୃତସ୍ବାମୀ ଦେବ୍ କୁମାର ଙ୍କ ଘଟଣା ବିଷୟରେ କିମ୍ବା ନିଜସ୍ଵ କୈାଣସି ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ପ୍ରକାଶ କରିନଥିଲେ । ରାତି ପ୍ରାୟ ଆଠଟା ବେଳେ ଆଣିଥିବା କାର୍ ରେ ସେ ଫେରିଯାଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୩/୨୦୨୨---- Sakhigopal News,30/3/2022

Blog Archive

Popular Posts