ଓଡ଼ଗାଁ ଓକିଲ ସଂଘର ନବ ନିର୍ବାଚିତ ସଭାପତି ହେଲେ ଇନ୍ଦୁଭୂଷଣ
Indubhushan became the newly elected president of the Odgaon Bar Association.
ଓଡ଼ଗାଁ:- ଓଡ଼ଗାଁ ଓକିଲ ସଂଘର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ଏଥିସହିତ ଆଇନଜୀବୀ ଇନ୍ଦୁଭୂଷଣ ମିଶ୍ର ଓଡ଼ଗାଁ ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବରିଷ୍ଠ ଆଇନଜୀବୀ ପ୍ରମୋଦ ବିଶ୍ୱାଳ ଙ୍କୁ ୧୪ଟି ଭୋଟ ରେ ପରାସ୍ତ କରିଛନ୍ତି।
ସୂଚନାନୁସାରେ, ଓଡ଼ଗାଁ ଓକିଲ ସଂଘର ସମୁଦାୟ ସଦସ୍ଯ ୪୫ ଜଣଙ୍କ ମଧ୍ଯରୁ ଆଜିର ନିର୍ବାଚନ ରେ ୪୨ ଜଣ ଆଇନଜୀବୀ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ସେଥିରୁ ନବ ନିର୍ବାଚିତ ସଭାପତି ତଥା ବରିଷ୍ଠ ଆଇନଜୀବୀ ଇନ୍ଦୁଭୂଷଣ ମିଶ୍ର ୨୮ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ, ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବରିଷ୍ଠ ଆଇନଜୀବୀ ପ୍ରମୋଦ ବିଶ୍ୱାଳ ୧୪ ଟି ଭୋଟ ପାଇଥିଲେ। ସେହିପରି ସଂପାଦକ ଭାବେ ଗୌରହରି ସ୍ୱାଇଁ ୨୫ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆଇନଜୀବୀ ବିଭୂତି ରାଉତ ୧୭ ଟି ଭୋଟ ପାଇଥିଲେ।
ସଭାପତି, ସଂପାଦକ ସହ ଉପସଭାପତି ଭାବେ ରବିନାରାୟଣ ବରାଡ଼, ଯୁଗ୍ମ ସଂପାଦକ ଭାବେ ଦିବ୍ୟଜୀବନ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ ପାଣୁଚରଣ ବେହେରା, ଉପଦେଷ୍ଟା ଭାବେ ପ୍ରଭାତ କୁମାର ପ୍ରୁଷ୍ଟି ନିର୍ବାଚିତ ହୋଇଛନ୍ତି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୬/୩/୨୨