Breaking News

ଶ୍ରୀ ଶ୍ରୀଲକ୍ଷେଶ୍ୱର ପାଲା କମିଟିର 50 ତମ ବାର୍ଷିକ ପୂିର୍ତ୍ତି ପାଳନ ; କଳାକାର,ସାମ୍ବାଦିକ ଓ ନବ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ

Celebrating the 50th Anniversary of the Sri Sri Laksheshwar Pala Committee; Congratulations to artists, journalists and newly elected representatives.


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଡୁଙ୍ଗର ଗ୍ରାମରେ ଥିବା ଶ୍ରୀଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଲକ୍ଷେଶ୍ୱର ପାଲା କମିଟିର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ନବ ନିର୍ବାଚିତ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗଦେଇ ପାଲା ହେଉଛି ଆମ ସଂସ୍କୃତି, ଆମ ପରମ୍ପରା, ଆମ ଐତିହ୍ୟ । ପାଲାରେ ରହିଛି ଇତିହାସ । ପାଲା ହେଉଛି ଆମ ଓଡିଆ ଭାଷାର ମାଇଲିଖୁଣ୍ଠି ବୋଲି  ଶ୍ରୀ ପଣ୍ଡା କହିଥିଲେ । ସତ୍ୟବାଦୀରେ ପାଲା ଗାୟକ ମାନଙ୍କର ନିଶ୍ଚିତ ଉନ୍ନତି କରାଯିବ ବୋଲି ବିଧାୟକଙ୍କ ସହିତ ଆଲେଚନା କରି ଏକ ଖସଡା ପ୍ରସ୍ତୁତ କରିବେ ବୋଲି କହିଥିଲେ । ସେହିପରି ବୀରରାମଚନ୍ଦ୍ରପୁର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଦୀପା ବେହେରା ଯୋଗ ଦେଇ ପାଲା ଓ ଗ୍ରାମ ଠାକୁରଙ୍କ ମନ୍ଦିର ପ୍ରାଙ୍ଗଣର ଉନ୍ନତି କରିବା ସହ ପାଲା ଏହି ମଣ୍ଡପରେ ପ୍ରତିବର୍ଷ ଯେପରି ପରିବେଷଣ କରାଯିବ ତାହାର ଦାୟତ୍ୱ ନେବେ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଗୁରୁ ଚକ୍ରଧର ବେହେରା, ନିରଞ୍ଜନ ବାହିନୀପତ, ପାଲା କମିଟିର ସଭାପତି ଅର୍ଜୁନ ସେଠୀ, ସମ୍ପାଦକ ଶ୍ୟାମ ସୁନ୍ଦର ସ୍ୱାଇଁ ିଙ୍କ ସହିତ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ମାନେ ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାରେ ପାଲାଗୁରୁ ତଥା ଜ୍ୟୋତିଷବିଦ ସଚ୍ଚିତା ନନ୍ଦ ମହାପାତ୍ର ସଭାପତିତ୍ୱ କରିଥିଲେ । ତିନିଦିନ ଧରି ଏଠାରେ ସୁଶାନ୍ତ କୁମାର ସାହୁ ଓ ପଙ୍କଜ ବେହେରା  ବାଦି ପାଲା ପରିବେଷଣ କରୁଛନ୍ତି । ସଭାକୁ କବି ତଥା ପାଲାଗାୟକ ବିଜୟ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କୃଷ୍ଣ ପ୍ରସାଦ ବ୍ଳକର କଳା ସଂସ୍କୃତି ସଂଘର ସମ୍ପାଦକ ଅଶୋକ କୁମାର ଦଳାଇଙ୍କ ସହିତ ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଓ ବିଭିନ୍ନ ପାଲା ଗାୟକ ଓ ସାଥୀ ମାନଙ୍କୁ ଅତିଥି ମାନେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ  । ସତ୍ୟବାଦୀ କଳା ସଂସ୍କୃତି ସଂଘର ଉପସଭାପତି ରମେଶ ପଲେଇ ଧନ୍ୟବାଦ ଦେଇଥିଲେ । ଡୁଙ୍ଗର, ବୀରରାମଚନ୍ଦ୍ରପୁର ଓ ପୁଷାକେରା ଗ୍ରାମାବସୀ ମାନେ ସହଯୋଗ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୩/୨୨୨---୬,୧୫ 

 Sakhigopal News, 16/3/2022

Blog Archive

Popular Posts