Breaking News

ବନରାଜ କୁକୁଟ ଓ ଫଳ , ପନିପରିବା ମଞ୍ଜି ବଣ୍ଟନ

Distribution of chickens and fruits, vegetables and seeds


ସାକ୍ଷୀଗୋପାଳ-----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତରେ ମହିଳାଚାଷୀ ମାନଙ୍କୁ ମହିଳା ବିକାଶ ସଂଗଠନ ସିଦ୍ଧମହାବୀର ପାଟଣା ପୁରୀଙ୍କ ଦ୍ୱାରା ବନରାଜ କୁକୁଟ ଓ ଫଳ, ପନିପରିବା ଚାଷ କରିବା ପାଇଁ ମଞ୍ଜି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ମଧୁସ୍ମିତା ପ୍ରଧାନ, ସମ୍ପାଦିକା ରାଜଲକ୍ଷ୍ମୀ ଛୋଟରାୟ ଓ ସଂଗଠନର ସମ୍ପାଦିକା କୁମାର ୀ ମଧୁସ୍ମିତା ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ଥିବା ମହିଳା ଚାଷୀ ମାନେ ଶପଥ ନେଇଥିଲେ ଯେ ସିଆଇଡ୍ୟୁ ଏ ଭୁବନେଶ୍ୱରଙ୍କ ମାଧ୍ୟମରେ ନାରୀ ସଶକ୍ତି କରଣ ପାଇଁ କରାଯାଇଥିବା କାର୍ଯ୍ୟକ୍ରମକୁ ସଫଳ କରିବେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୩/୨୦୨୨---୮,୧୦  

 Sakhigopal News, 25/3/2022

Blog Archive

Popular Posts