Breaking News

ବିଶ୍ବ ଜଳ ଦିବସ ପାଳିତ

   World Water Day is celebrated.  
ଭଞ୍ଜନଗର :-ବିଶ୍ୱ ଜଳ ଦିବସ ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଜଳଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ସମାଜସେବୀ ଶୂଳପାଣି ଶତପଥି, ଗୌରୀ ଶଙ୍କର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଓ ମହେଶ୍ୱର ବରଡ଼ ଯୋଗଦେଇ ଜଳର ବିଶୁଦ୍ଧତା, ଏହାର ବିନିଯୋଗ,ଜଳ ହିଁ ଜୀବନ ଉପରେ ସୁନ୍ଦର ମନଛୁଆଁ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ କୁ ଅବୈତନିକ ବନ୍ୟପ୍ରାଣୀ ତତ୍ଵାବଧାରକ ଶୂଳପାଣି ଶତପଥି ସଂଯୋଜନା କରିଥିବାବେଳେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗlନ କରଯାଇଥିଲା । କାର୍ଯ୍ୟକ୍ରମ କୁ ଶିକ୍ଷକ ମନୋରଞ୍ଜନ ପଣ୍ଡା, ଗଣେଶ ପଣ୍ଡା, ସାଜନ ସ୍ୱାଇଁ, ରଶ୍ମିତା ସାହୁ, ଅନିମା ମିଶ୍ର, ରାଜଶ୍ରୀ ପଟ୍ଟନାୟକ, ଶରତ ଚନ୍ଦ୍ର ବେହେରା, ନିର୍ମଳ ସ୍ୱାଇଁ, ବାଳକୃଷ୍ଣ ପାତ୍ର ପରିଚାଳନା କରିଥିଲେ । ଶେଷରେ ପ୍ରଧାନଶିକ୍ଷକ  ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରାୟ ଶତାଧିକ ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୩/୨୦୨୨----୧୧,୫୫ 
Sakhigopal News,23/3/2022

Blog Archive

Popular Posts