Breaking News

ଖୋର୍ଦ୍ଧା ରୋଡ଼ ଡିଭିଜନ୍ ପଣ୍ୟ ବୋଝେଇରେ 150 ନିୟୁତ ଟନ ପରିବହନର ଦକ୍ଷତା ହାସଲ କରିଛି

Khordha Road Division has achieved a capacity of 150 million tonnes of cargo.

ଜଟଣୀ ---ଚଳିତ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ପଣ୍ୟ ବୋଝେଇ ତୁଳନାରେ 21.26 ନିୟୁତ ଟନ ତଥା 16.48% ଅଧିକ ବୋଝେଇ କରିଛି। ଏହି ଉଲ୍ଲେଖନୀୟ ସଫଳତା ମାତ୍ର 361 ଦିନ ମଧ୍ୟରେ ହୋଇଛି । ଖୋର୍ଦ୍ଧା ରୋଡ଼ ଡିଭିଜନ୍ ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ  ମାସ 27 ତାରିଖ  ମଧ୍ୟରେ ଗତ ଆର୍ଥିକ ବର୍ଷର ସମାନ ସମୟ ଅବଧି ତୁଳନାରେ ପଣ୍ୟ ବୋଝେଇ କ୍ଷେତ୍ରରେ ପ୍ରାୟ 21.26 ନିୟୁତ ଟନ ତଥା 16.48% ଅଧିକ ବୋଝେଇ ପଞ୍ଜିକରଣ କରି 150 ନିୟୁତ ଟନ ମାଇଲଖୁଣ୍ଟ ହାସଲ କରିଛି ।  ଗତ ଆର୍ଥିକ ବର୍ଷର ସମାନ ଅବଧିରେ 129 ନିୟୁତ ଟନ ତୁଳନାରେ 150.26 ନିୟୁତ ଟନ ମାଲ ପରିବହନ କରିଛି । ମାଲ ପରିବହନରେ ପ୍ରମୁଖ ଯୋଗଦାନକାରୀ ସଂସ୍ଥା  ତାଲଚେର ଠାରୁ  71.92 ନିୟୁତ ଟନ, ପାରାଦୀପ ଠାରୁ 26.71 ନିୟୁତ ଟନ, ଧାମରା ଠାରୁ 21.38 ନିୟୁତ ଟନ, ମେରାମାଣ୍ଡାଲି ଠାରୁ 5.94 ନିୟୁତ ଟନ, ନୟାଗଡ଼ ଠାରୁ 4.12 ନିୟୁତ ଟନ, ଜାଖପୁରା ଠାରୁ 3.28 ନିୟୁତ ଟନ, ଅନୁଗୁଳ ଠାରୁ 4.48 ନିୟୁତ ଟନ ଏବଂ ଅନ୍ୟାନ୍ୟ ସ୍ଥାନ ରୁ 12.43 ନିୟୁତ ଟନ ।ପରିବହନ କରାଯାଉଥିବା ଦ୍ରବ୍ୟଗୁଡ଼ିକ ହେଉଛି କୋଇଲା 108.81 ନିୟୁତ ଟନ,  ଷ୍ଟିଲ 13.57 ନିୟୁତ ଟନ, ଲୁହାପଥର 9.23 ନିୟୁତ ଟନ, ଇସ୍ପାତ କାରଖାନା ପାଇଁ କଞ୍ଚାମାଲ 5.95 ନିୟୁତ ଟନ, ସାର 3.34 ନିୟୁତ ଟନ ଓ  ପେଟ୍ରୋଲିୟମ ଉତ୍ପାଦ 9.36 ନିୟୁତ ଟନ । ଏହି ପଣ୍ୟ ସାମଗ୍ରୀକୁ ବିଭିନ୍ନ ପାୱାର ହାଉସ୍, ଉତ୍ପାଦନକାରୀ କମ୍ପାନୀ ଏବଂ ଉତ୍ପାଦନ ୟୁନିଟ୍ ଗୁଡିକୁ  ପରିବହନ କରାଯାଇଥିଲା । ଏହି ସଫଳତା ପାଇଁ ଶ୍ରୀ ରିଙ୍କେଶ ରୟ, ଡିଆରଏମ ଖୋର୍ଦ୍ଧା ରୋଡ଼ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଖୋର୍ଦ୍ଧା ରୋଡ଼ ର  ଉଲ୍ଲେଖନୀୟ ପ୍ରଦର୍ଶନ ନିରନ୍ତର କଠିନ ପରିଶ୍ରମ ସହିତ ଦିନରାତି ଉଦ୍ୟମ ଯୋଗୁଁ କଠିନ ମାଇଲଖୁଣ୍ଟ ଅତିକ୍ରମ କରିବାପାଇଁ ସହାୟକ ହୋଇପାରିଛି। ଖୋର୍ଦ୍ଧା ରୋଡ଼ ଡିଭିଜନର ବ୍ୟବସାୟ ବିକାଶ ୟୁନିଟ୍ ନୂତନ କାର୍ଯ୍ୟଭାରକୁ ଆକର୍ଷିତ କରିବାରେ ଏବଂ ସଡକରୁ ରେଳ ପର୍ଯ୍ୟନ୍ତ ମୋଡାଲ୍ ଗମନାଗମନରେ ଏକ ପ୍ରମୁଖ ସ୍ଥାନ ପାଲଟିଛି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୩/୨୦୨୨ ---୭,୨୫ Sakhigopal News,29/3/2022

Blog Archive

Popular Posts