ମାଳ ବାଲୁଙ୍କେଶ୍ୱର ଦେବ ମନ୍ଦିରରୁ ଚୋରି
Theft from Mal Balunkeshwar Deva Temple .
ସାକ୍ଷୀଗୋପାଳ-----ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ପଞ୍ଚାୟତର ପଟ୍ଟନାୟକିଆ- ଡେଲାଙ୍ଗ ରାସ୍ତାର କରରେ ଶ୍ରୀ ଶ୍ରୀ ମାଳବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ଚାବି ଖୋଲି କେହି ଦୁବୁର୍ତ୍ତ ମନ୍ଦିରରୁ ଠାକୁରଙ୍କ ଆସବାପତ୍ର ଚୋରି କରି ନେଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସେବାୟତ ଠାକୁରଙ୍କ ନୀତିକାନ୍ତ ରାତିରେ ଶେଷ କରିବା ପରେ ମନ୍ଦିର ପହୁଡ ପକାଇ ଗେଟରେ ଚାବି ପକାଇ ଘରକୁ ଯାଇଥିଲେ । ସକାଳୁ ଆସି ଦେଖିଲା ବେଳକୁ ପଡିଥବା ଚାବି ଖୋଲାଯାଇ ଠାକୁଙ୍କର ପ୍ରଭା, ଧାଳି, ବାଲିଟି, ବସୁନ୍ଦରା, ଢ଼ାଳ, ଘଣ୍ଟ, ଘଣ୍ଟି ପ୍ରାୟ ୫୦ ହଜାର ଟଙ୍କାରୁ ଅଧିକ ଜିନିଷ ଚୋରି ହୋଇଥିବା ମନ୍ଦିର ପରଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ଦୀପା ବେହେରା ପହଞ୍ଚି ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ଘଟଣା ସ୍ଥଳ ବୁଲିକି ଆସିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୩/୨୦୨୨---୬,୧୦
Sakhigopal News, 29/3/2022