Breaking News

ଡେଲାଙ୍ଗ ମଣ୍ଡଳ ସହ ଶିକ୍ଷାଧିକାରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ

 Delongation with Delang Circle Teachers Service Retirement Ceremony
ଡେଲାଙ୍ଗ----   ଶର୍ମିଷ୍ଠା ଦେବୀ ମଣ୍ଡଳ ସହ ଶିକ୍ଷାଧିକାରୀ ଡେଲାଙ୍ଗଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ଶିକ୍ଷାଧିକାରୀ ନୀରଞନ ପାତ୍ର ସମ୍ମର୍ଦ୍ଧନା ସଭାରେ ସଭାପତିତ୍ବ କରିଥିଲେ। ଉକ୍ତ ସଭାରେ ଲକ୍ଷ୍ମଣ ପ୍ରଧାନ ସହଶିକ୍ଷାଧିକାରୀ, ଯୁଧିଷ୍ଠିର ପରିଡା ମଣ୍ଡଳ ସହ ଶିକ୍ଷାଧିକାରୀ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମିଟୁ କିଶୋର ପ୍ରଧାନ, ସମ୍ପାଦକ ସୂର୍ଯ୍ୟ ନାରାୟଣ ସେଠୀ, ସୁରେନ୍ଦ୍ର ନାଥ ନାୟକ, ଦିଗାମ୍ବର ରଥ,ନୀରଞନ ସାହୁ,ରମେଶ ପ୍ରଧାନ, ମଙ୍ଗୁଳି ସାର୍, ସରଳାଦେଈ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଭିମନ୍ୟୁ ପ୍ରଧାନ,ବିକ୍ରମ ପାତ୍ର,ବସନ୍ତସେଠୀ , ଦୁର୍ଯ୍ୟୋଧନ ପରିଡ଼ାଙ୍କ ସମେତ ସମସ୍ତ ସଂଯୋଜକ ଉପସ୍ଥିତ ରହିବା ସହିତ ଦପ୍ତରର ସମସ୍ତ କର୍ମଚାରୀ ମାନେ  ଉପସ୍ଥିତ ଥିଲେ। ମାଡାମଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ମାନପତ୍ର, ଉପଢୌକନ ଓ ପୁଷ୍ପ ଗୁଛ ଅର୍ପଣ କରାଯାଇଥିଲା। ସର୍ବଶେଷରେ ଯୁଧିଷ୍ଠିର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୪/୨୦୨୨----- ୬,୨୫
Sakhigopal News,1/4/2022

Blog Archive

Popular Posts