ଗାଙ୍ଗପୁର ଥାନା ଦେଶର ଶ୍ରେଷ୍ଠ ଥାନା ଭାବେ ମନୋନୀତ ,; ଆସନ୍ତା ୧୯ ରେ ଲକ୍ଷ୍ନୌ ଠାରେ ସମ୍ବର୍ଦ୍ଧିତ ହେବେ ଥାନାଧିକାରୀ
ଭଞ୍ଜନଗର – ଦେଶର ତିନୋଟି ଶ୍ରେଷ୍ଠ ପୋଲିସ ଥାନା ମଧ୍ୟରେ , ଗଂଜାମ ଜିଲ୍ଲାର ଗାଙ୍ଗପୁର ପୋଲିସ ଥାନା କୁ ଅନ୍ୟତମ ଶ୍ରେଷ୍ଠ ଥାନା ଭାବରେ ଚୟନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହି କ୍ରମରେ ଆସନ୍ତା ୧୯ ତାରିଖ ରେ ଲକ୍ଷ୍ନୌ ସ୍ଥିତ କେନ୍ଦ୍ର ମୁଖ୍ୟାଳୟ ଠାରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନାଧିକାରୀଙ୍କୁ ପୁରସ୍କୃତ ଓ ସମ୍ୱର୍ଦ୍ଧିତ କରିବା ପାଇଁ ସ୍ଥିର ହୋଇଛି । ଏନେଇ କେନ୍ଦ୍ର ଯୁଗ୍ମ ନିର୍ଦ୍ଦେଶକ ଙ୍କ ପକ୍ଷରୁ ଓଡ଼ିଶା ଡିଜିପି ଶ୍ରୀ ଅଭୟ ଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି । ପୂର୍ବରୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଏନେଇ ଏକ ସର୍ଭେ କରାଯାଇଥିଲା । ମହିଳା ଓ ଶିଶୁ ଙ୍କୁ ନ୍ୟାୟ , ସ୍ବଚ୍ଛତା , ମାମଲା ପଞ୍ଜିକରଣ , ଅପରାଧ ନିୟନ୍ତ୍ରଣ , ଚୋରି ଓ ଡ଼କାୟତି ରୋକିବା ନେଇ ଥାନାର ଭୂମିକା ଉପରେ ସର୍ଭେ କରାଯାଇଥିଲା । ଏହାସହ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ 5T ପକ୍ଷରୁ କରାଯାଇଥିବା ପରିକଳ୍ପନା ର ଏହା ବାସ୍ତବ ପ୍ରତିଫଳନ ବୋଲି ଗଂଜାମ ଏସ୍.ପି ବ୍ରିଜେଶ ରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ଗାଙ୍ଗପୁର ଥାନା ଏଭଳି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଜଣାଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୧/୨୦୨୧-----୯,୦୦ SAKHIGOPAL News,11/11/2021