Breaking News

ବାଇକ୍ ରେ ଗଞ୍ଜେଇ ଚାଲାଣ , ବାଇକ୍ ସହ ୨୩ କିଲୋ ଗଞ୍ଜେଇ ଜବତ , ୨ ଗିରଫ

Cannabis smuggling on the bike, 23 kg of cannabis confiscated along with the bike, 2 arrested
  ଭଞ୍ଜନଗର-- ରାଜ୍ୟ ରେ ଭଞ୍ଜନଗର ପୋଲିସ ଚୋରା ନିଶା କାରବାର ଉପରେ ଅଙ୍କୁଶ ଲଗାଇ ପାରୁନାହିଁ । ପୋଲିସ ଯେତେ ସକ୍ରିୟ ହେଉଛନ୍ତି ଚୋରା ନିଶା ବେପାରୀ ପୋଲିସ ଠାରୁ ଅଧିକ ସଜାଗ ହେଉଛନ୍ତି । ତଥାପି ଗଞ୍ଜେଇ ଚାଲାଣ ମାଫିଆ ଭଞ୍ଜନଗରରେ ସକ୍ରିୟ । କେତେବେଳେ କାର୍ ରେ ତ , କେତେବେଳେ ବସ୍ ରେ । ଏବେ ବାଇକ୍ ରେ ଗଞ୍ଜେଇ ଚାଲାଣ କୁ ସୁବିଧା ଉପାୟ ମନେକରିଛନ୍ତି ମାଫିଆ ମାନେ । ହେଲେ ସୁରାକ୍ ପାଇ ମାଡିବସୁଛି ପୋଲିସ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଏମିତି ଏକ ଚାଲାଣକାରୀ ମାଫିଆ ଙ୍କୁ ଧରିବାରେ ସଫଳତା ହୋଇଛି ପୋଲିସ । ଭଂଜନଗର ଥାନାଧିକାରୀ ଦେଇଥିବା ସୂଚନା ପ୍ରକାରେ , ଏସ୍ ,ଆଇ କେ. ଷଢଙ୍ଗି ଓ ପୋଲିସ ଟିମ୍ ପେଟ୍ରୋଲିଙ୍ଗ୍ ବେଳେ , ଦୁର୍ଗାପ୍ରସାଦ ନିକଟ ରେ ଏକ ବାଇକ୍ କୁ ସନ୍ଦେହ ହେବାରୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେମାନେ ୨୩ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଧରିଥିବା ଜଣା ପଡିଥିଲା । ଏହିକ୍ରମରେ ବାଇକ୍ ରେ ଯାଉଥିବା , ସୂର୍ଯ୍ୟକାନ୍ତ ନାୟକ ଓ ପ୍ରକାଶ ମଣ୍ଡଳ ଙ୍କୁ ଗିରଫ କରିବା ସହ , ଗଞ୍ଜେଇ ଏବଂ ବାଇକ୍ ( ଗାଡ଼ି ନଂ - ଓଡ଼ିଆ ୬ଏ ୧୧୭୯) କୁ ଜବତ କରି , କୋର୍ଟ କୁ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ଠାରୁ ସୂଚନା ଦେଇଛନ୍ତି । ଏନେଇ ଭଞ୍ଜନଗର ଥାନା କେଶ୍ ନମ୍ବର ୫୦୮/୨୧ ରେ ଏକ ମାମଲା ରୁଜୁ କରିଛି ପୋଲିସ । ସୂଚନା ପ୍ରକାରେ ସେମାନେ ଫୁଲବାଣୀ ରୁ ମୋଟର ସାଇକେଲ ଯୋଗେ ଭୁବନେଶ୍ୱର କୁ ଚାଲାଣ କରିବାକୁ ଯୋଜନା କରିଥିବା ଜଣାପଡିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧ ରିପୋର୍ଟ,୨୧/୧୧/୨୦୨୧---୯,୨୫- 
Sakhigopal News,21/11/2021

Blog Archive

Popular Posts