୯ଦଫା ଦାବିନେଇ ରେଳଚାଳକ ସଂଘ ପକ୍ଷରୁ ବିକ୍ଷୋଭ
Protests on behalf of the Railway Union demanding six points,
ଜଟଣୀ---- ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅଧିନସ୍ଥ ରେଳଚାଳକ ଓ ସହଚାଳକମାନେ ୯ଦଫା ସମ୍ବଳିତ ଦାବିନେଇ ମଙ୍ଗଳବାର ରେଳମଣ୍ଡଳ ପ୍ରବନ୍ଧକ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରେଳଚାଳକ ଓ ସହଚାଳକମାନଙ୍କ ଲାଗି ପୁର୍ବରୁ ଟ୍ରେନ ମଧ୍ୟରେ ଲାଇନବାକ୍ସ ବ୍ୟବସ୍ଥା ରହୁଥିଲା । ଏହି ବାକ୍ସରେ ଦୁର୍ଘଟଣା ତଥା ଜରୁରୀକାଳିନ==ସ୍ଥିତିରେ ଆବଶ୍ୟକ ମରାମତି ଯନ୍ତ୍ରାଶଂ ଏବଂ ବିସ୍ଫୋରକ (ଡିଟୋନେଟର) ରଖାଯାଉଥିଲା । ଫଳରେ ଚାଳକ ଓ ସହଚାଳକମାନଙ୍କଲାଗି ସମସ୍ତ ସୁବିଧା ହାତପାହାନ୍ତାରେ ଯୋଗାଣ ମିଳୁଥିଲା । ମାତ୍ର ଏହାକୁ ବନ୍ଦକରି ଏହି ବ୍ୟବସ୍ଥାକୁ ରେଳଚାଳକ ଓ ସହଚାଳକମାନେ ପିଠିରେ ଉଠାଇନେଇ ଡ୍ୟୁଟି କରିବେ । ଯାହା ସର୍ବସାଧାରଣ ଯାତ୍ରୀମାନଙ୍କଲାଗି ବିପଦ ସୃଷ୍ଟି କରିବ । ତେଣୁ ଏହାକୁ ତୁରନ୍ତ ବଦଳାଇ ପୁର୍ବ ବ୍ୟବସ୍ଥା କରାଯାଉ ବୋଲି ଦାବି ମାଧ୍ୟମରେ କୁହାଯାଇଛି । ସେହିପରି ଦୈନିକ ୧୨୦କି:ମି ମାଇଲେଜ ଭତା, ୯ ଘଣ୍ଟ=ାର କାର୍ଯ୍ୟ ଅବଧୀ, ରାତ୍ରିିକାଳୀନ ଭତାରେ ରହିଥିବା ସୀମାକୁ ହଟାଇବା ଓ ଚାଳକମାନଙ୍କ ବିଶ୍ରାମ ଗୃହର ମାନ ବୃଦ୍ଧି କରିବା ଇତ୍ୟାଦି ଦାବି ରଖାଯାଇଛି = । ଏହି କ୍ରମରେ କାର୍ଯ୍ୟକାଳର ୩ବର୍ଷରୁ ଅଧିକ ଥିବା ବକେୟା ପାଉଣା ପ୍ରଦାନ କରିବା ସହିତ ନୂତନ ପେନସନ ବ୍ୟବସ୍ଥାକୁ ବଦଳାଇ ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରିବା ଇତ୍ୟାଦି ୯ଦଫା ସମ୍ବଳିତ ଦାବି ନେଇ ରେଳମଣ୍ଡଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉପସ୍ଥାପିତ କରାଯାଇଥିବା ଦାବି ସମୁହକୁ ଯଦି ଆଗାମୀ ଡିସେମ୍ବର ୩ ତାରିଖ ସୁଧା ପୁରଣ ନହୁଏ ତେବେ ସର୍ବଭାରତୀୟ ସ୍ତରରେ ସମସ୍ତ ମଣ୍ଡଳ କାର୍ଯ୍ୟାଳୟ ସମୁଖରେ ୩ଦିନିଆ ଅନଶନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଆଜିର ଏହି ବିକ୍ଷୋଭରେ ରେଳଚାଳକ ସଂଘ ଜୋନ ସଭାପତି ଶରତ ପଟ୍ଟନାୟକ, ମଣ୍ଡଳ ସଚିବ ଜୟପ୍ରକାଶ ଦଣ୍ଡପାଟ,ମଣ୍ଡଳ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପଟ୍ଟନାୟକ,କେନ୍ଦ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ଅଂଜନ ସାହୁ, ମଣ୍ଡଳ କୋଷାଧ୍ୟକ୍ଷ ପ୍ରଫୁଲ ଦାସ,ଖୋର୍ଦ୍ଧା ଶାଖା ସଚିବ ରାକେଶ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୩/୧୧/୨୦୨୧
Sakhigopal News, 23/11/2021